ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା ଲୋକ ଦଳ ସାଧାରଣ ସଭା

ଏରସମା, 15/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବହୁ ଚର୍ଚ୍ଚିତ ଢ଼ିଙ୍କିଆ ଚାରିଦେଶ ଅଞ୍ଚଳସ୍ଥ ଢ଼ିଙ୍କିଆ ଠାରେ ଓଡିଶା ଲୋକ ଦଳ ତରଫରୁ ଏକ ସାଙ୍ଗଠନିକ ସାଧାରଣ ସଭା ରାଜ୍ୟ ସଭାପତି ସନ୍ତୋଷ ନାରାୟଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସନ୍ମାନୀୟ ଅତିଥି ରାଜ୍ୟ କୃଷକ ସାମୁଖ୍ୟର ସଭାପତି ସୁଶାନ୍ତ ଶେଖର ସ୍ୱାଇଁ ଓ ମୁଖ୍ୟବକ୍ତା ଭାବେ ରାଜ୍ୟ ଯୁବ-ଛାତ୍ର ସାମୁଖ୍ୟ ସଭାପତି ପ୍ରିୟବ୍ରତ ନାୟକ ଓ ରାଜ୍ୟ ଛାତ୍ର ସାମୁଖ୍ୟ ସଭାପତି ଅଭିଷେକ ଦାଶ ଯୋଗ ଦେଇ ପାରାଦ୍ୱୀପ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଶିଳ୍ପସମୂହଙ୍କ ଅଞ୍ଚଳ ମାରଣ ନୀତିର ତୀବ୍ରନିନ୍ଦା କରିବା ସହିତ ଜେଏସଡବ୍ଲୁ କମ୍ପାନୀ ଯେଭଳି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିକରି ବନ୍ୟପ୍ରାଣୀଙ୍କୁ ମାରିଚାଲିଛି, ସେଥିପ୍ରତି ଦଳ ସାରାରାଜ୍ୟରେ ଆନ୍ଦୋଳନ କରି ଢ଼ିଙ୍କିଆ ଚାରିଦେଶ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଢ଼ିଙ୍କିଆ ଚାରିଦେଶ ଅଞ୍ଚଳ ଧାନ,ପାନ,ମୀନର କୃଷିଜାତ ଅଞ୍ଚଳ ହୋଇଥିଲେ ମଧ୍ୟ୍ୟ ଆଜି ଅଞ୍ଚଳରେ ବେରୋଜଗାରୀ,ଦରିଦ୍ରତା,ଦୂରାରୋଗବ୍ୟାଧିରେ ପୀଡ଼ିତ ହୋଇ ସାଧାରଣ ଜନତା ଅକାଳ ମୃତ୍ୟୁର ଶିକାର ହେବାରେ ଲାଗିଛନ୍ତି ବୋଲି ଶ୍ରୀଯୁକ୍ତ ସ୍ୱାଇଁ ଅଭିଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ବର୍ଦ୍ଧନ, ଜିତେନ୍ଦ୍ର ପ୍ରସାଦ ଦାଶ, ଆଲୋକ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ, ଅଭୟ ମଲ୍ଲିକ, ଲିପୁ ଦାସ, ପୀତବାସ ଦାସ,ପ୍ରଶାନ୍ତ ଦାସ,ଭଗବାନ ରଣା, ରଶ୍ମିରଂଜନ ମହାପାତ୍ର, ଅଭିଷେକ ବର୍ଦ୍ଧନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Article Image
18