ରାୟଗଡା ଜିଲା କାଶୀପୁର, 15/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*

ରାୟଗଡା ଜିଲା କାଶୀପୁର ବ୍ଲକରେ କାଶୀପୁର ପ୍ରିମିୟର୍ ଲିଗ୍ ୫.୦ କ୍ରିକେଟ ଟର୍ଣାମେଣ୍ଟ ଉଦଘାଟନ ହୋଇଯାଇଛି। କଲେଜ ପଡିଆରେ ଅନୁଷ୍ଠିତ ଟୁଣ୍ର୍ଣାମେଣ୍ଟକୁ କାଶୀପୁର ଥାନାଅଧିକାରି ଦେବଦତ୍ତ ମଲ୍ଲିକ,କାଶୀପୁର ବନାଞ୍ଚଳ ଅଧିକାରି ସଚ୍ଚିଦାନନ୍ଦ ପରିଡା,କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଦାଇତ୍ବରେଥିବା ମେଡିକାଲ ଅଧିକାରୀ ନେତ୍ରାନନ୍ଦ ନାଏକ,ଆଦିତ୍ୟ ଆଲୁମିନା ମାନବ ସମ୍ବଳ, ଆଇଆର, ଆର୍ଆର୍, ସିଏସଆର୍ ଓ ଓଏଚସି ମୁଖ୍ୟ ତନ୍ମୟ ମହାନ୍ତି ସହ ବହୁମାନ୍ୟଗଣ୍ୟ ବ୍ୟକ୍ତି ଅତିଥୂଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଉଦଘାଟନ ପ୍ରଥମ ମ୍ୟାଚ୍ ଖାଣ୍ଟି କାଶୀପୁରିଆ ଓ ସ୍ମାଟ୍ ୧୧ ମଧ୍ୟରେ ହୋଇଥିଲା । ପ୍ରଥମେ ଖାଣ୍ଟି କାଶୀପୁରିଆ ଦଳ ଟଚ ଜିତି ଫିଲଡିଙ୍ଗ କରିଥିଲା।ସ୍ମାଟ୍ ୧୧ ପ୍ରଥମେ ବେଟିଙ୍ଗ କରି ୧୩.୫ ଓଭରରେ ୧୧୧ ରନ କରି ଅଲଆଉଟ ହୋଇଥିଲେ।ଖାଣ୍ଟି କାଶୀପୁରିଆ ଦଳ ପ୍ରଥମରୁ ଭଲ ବ୍ୟାକ୍ଟିଙ୍ଗ କରି ୧୩.୪ ଓଭରରେ ୬ ଓ୍ବଈକେଟ ହରାଇ ଏହି ଲକ୍ଷର ପିଛା କରି ବିଜୟ ହାସଲ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କେପିଏଲ୍ ଅଧ୍ୟକ୍ଷ ସୀତାରାମ ସାହୁ,ଉପାଧ୍ୟକ୍ଷ ଦିଲିପ ନାଏକ,ସଂପାଦକ ସନ୍ତୋସ କୁମାର ଗୌଡ, ସୁଶାନ୍ତ କୁମାର ପଟ୍ଟନାୟକ,ପି. ହେମନ୍ତ କୁମାର ରାଓ,ସମ୍ବିଦ ଲେଙ୍କା ଉପସ୍ଥିତ ରହି ଖେଳପଡିଆ ପୂଜନ କରିବା ସହ କେପିଏଲ୍ ୫.୦ ର ଶୁଭଉଦ୍ଘାଟନ କରିଥିଲେ।ଏହି ମ୍ୟଚକୁ କିତ୍ର୍ତେଶ୍ବର ନାଏକ ଏବଂ ଏକେଣ୍ଟେଶ୍ବର ନାଏକ ପରିଚାଳନା କରିଥିଲେ।ଉଦ୍ଘାଟନ ଉତ୍ସବ ଅବସରରେ କେପିଏଲରେ ଭାଗ ନେଇଥିବା ୮ଟି ଦଳ ସହ ସମସ୍ତ ମାଲିକ,ଟିମ ଅଧିନାୟକ,ସମସ୍ତ ଖେଳାଳି ପ୍ରଥମେ କାଳି ମନ୍ଦିର ନିକଟରେ ଏକତ୍ରିତ ହେବା ସହ ମସାଲ ଯାତ୍ରାରେ ସାମିଲ ହୋଇ ପାମ୍ପାରିକ ବାଦ୍ୟର ତାଳସହ ଢେମସା ନାଚ କରି ମନ୍ଦିରରେ ପୂଜାଚ୍ର୍ଚନା କରାବପରେ ମସାଲ ସଭାଯାତ୍ରା ବାହାରି ପଡିଆରେ ପହଞ୍ଚିଥିଲେ।ଖେଳ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା।ଏହି ଅବସରରେ କେପିଏଲ ପରିଚାଳନା କମିଟି ତରଫରୁ ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାଇ ରଖୁବା ପାଇଁ ଦୀର୍ଘ ପ୍ରତିବର୍ଷ କାଶୀପୁରରେ କ୍ରିକେଟ ଖେଳର ଆୟୋଜନ କରାଯାଇଥିବା ନିଜ ବକ୍ତବ୍ୟରେ ପ୍ରକାସ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଦଳର ଖେଳାଳି,ଗ୍ରାମବାସିଙ୍କ ସହ ପରିଚାଳନା କମିଟିର ସଦଶ୍ୟ ଉପସ୍ଥିତଥିଲେ।



