ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସାଂଗଠାନିକ ବୈଠକ ଅନୁଷ୍ଠିତ: ନୂତନ କର୍ମକର୍ତ୍ତା ଚୟନ

ବୁଗୁଡ଼ା, 15/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ଏକ ଗୁରୁତ୍ଵପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ସୁଦୃଢ଼ୀକରଣ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ସହ ସମ୍ପାଦକ ଅରୁଣ କୁମାର ପାଢ଼ୀ ଏବଂ ବଜରଙ୍ଗ ଦଳ ଓଡ଼ିଶା ପୂର୍ବ ପ୍ରାନ୍ତର ସହ ସଂଯୋଜକ ରାଜୀବ ନେତ୍ର ଖାଡେଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ଏବଂ ହିନ୍ଦୁ ସମାଜର ସୁରକ୍ଷା ତଥା ସେବା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ସେମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ନୂତନ ଦାୟିତ୍ଵ ଓ କାର୍ଯ୍ୟକର୍ତ୍ତା ଚୟନ ବୈଠକରେ ଘୁମୁସର ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି।ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଚନ୍ଦନ କୁମାର ସ୍ୱାଇଁ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ସହ ସମ୍ପାଦକ ରାଜ କିଶୋର ଭୋସେଲ,ବୁଗୁଡ଼ା ନଗର ସଂଯୋଜକ ସ୍ଵାଧୀନ ନନ୍ଦ,ସହ ସଂଯୋଜକ ମଦନ ମୋହନ ପାଢ଼ୀ ଓ ଶୁଭମ୍ ଦଳାଇ,ଗୋ ରକ୍ଷା ପ୍ରମୁଖ ଦଣ୍ଡିଆ ସାହୁ,ସହ ଗୋ ରକ୍ଷା ପ୍ରମୁଖ କାଳିଆ ପାତ୍ର ଓ ହରି ପାତ୍ର,ବିଦ୍ୟାର୍ଥୀ ପ୍ରମୁଖ ସଂଗ୍ରାମ ଦାସ,ସୁରକ୍ଷା ପ୍ରମୁଖ ପ୍ରହଲ୍ଲାଦ ସାସମଲ୍ ସହ ସୁରକ୍ଷା ପ୍ରମୁଖ,ହର ପ୍ରସାଦ ସାହୁ।ନୂତନ ଭାବେ ଦାୟିତ୍ୱ ପାଇଥିବା କାର୍ଯ୍ୟକର୍ତ୍ତାମାନେ ନିଷ୍ଠାର ସହ ସଂଗଠନର କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛନ୍ତି।
Article Image
10