ପାରାଦ୍ୱୀପ , 05/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଅଠରବାଙ୍କି ଅନ୍ତର୍ଗତ,ବିଜୟଚନ୍ଦ୍ରପୁର ଗ୍ରାମର ବିବେକାନନ୍ଦ ୟୁଥ୍ କ୍ଳବ୍ ଅନୁଷ୍ଠାନର ସଦସ୍ୟମାନେ ମିଶି ଏକ ଅଷ୍ଟମପ୍ରହର ଏବଂ ନାମଯଜ୍ଞର ଆୟୋଜନ କରିଥଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ମୁନସିପାଲଟି ଚେୟାରମ୍ୟାନ୍ ଶ୍ରୀଯୁକ୍ତ (ବସନ୍ତ ବିଶ୍ବାଳ) ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ୟୁଥ୍ କ୍ଳବ୍ରର ସଭାପତି ଜଗନ୍ନାଥ ଫାଲଦାର୍ ସମସ୍ତ ଦାୟିତ୍ବକୁ ସୁଲଭ ଭାବରେ ସଞ୍ଚାରିତ କରିଥିଲେ।
ଏବଂ ନିଜ ବକ୍ତବ୍ୟ ରଖି କହିଥିଲେ କି ଏହି ଅନୁଷ୍ଠାନ ଆଜକୁ ପ୍ରାୟ ୩୦ ବର୍ଷରେ ପଦାର୍ପଣ କରିଛି। ଏହି ଅନୁଷ୍ଠାନକୁ ମା ସରସ୍ବତୀଙ୍କ ନାମଯଞ ନାମରେ ପାଳନ କରି ଆସୁଛନ୍ତି।ଆଜିର କାର୍ଯ୍ୟକ୍ରମ ଥିଲା, ବିଜୟଚନ୍ଦ୍ରପୁରର ବିବେକାନନ୍ଦ ୟୁଥ୍ କ୍ଳବ୍ ତରଫରୁ ସ୍କୁଲ ଠାରେ ଥିବା ଏକ ଗଣେଶ ମୂର୍ତ୍ତି ତିଆରି ଚାଲିଥିଲା, ଯାହାର କି ଆଜି ଶୁଭ ଉଦଘାଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ବିଜୟଚନ୍ଦ୍ର ପୁରର ସରପଞ୍ଚ ଦେବେନ୍ଦ୍ର ରାଉତ୍, ପୂର୍ବତନ ପରିଷଦ ଅଜୟ ନାୟକ, ଏବଂ ଗ୍ରାମର ଅନ୍ୟାନ୍ୟ ମୁରବିମାନେ।
ଏହି ନାମଯଜ୍ଞ କରିବା ବିବେକାନନ୍ଦ ୟୁଥ୍ କ୍ଳବ୍ ର ମୁଖ୍ୟ ଉଦ୍ଦେଶ୍ୟ ଯେ ଏହା କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହଁ ଏହି ପୂଜାରେ ଅଷ୍ଟପ୍ରହରୀ ନାମଯଜ୍ଞ ହେବ ଓ ସେଥିରେ ୫୦୦୦ ଲୋକଙ୍କ ପାଇଁ ଭୋଜନର ଆୟୋଜନ ମଧ୍ୟ କରାଯିବ। ଏହା ଫଳରେ ସମସ୍ତ ଗ୍ରାମବାସୀଙ୍କ ଭିତରେ ଏକତା ଓ ସହଯୋଗ କରିବାର ଯେଉଁ ଆଗ୍ରହ ତାହା ଗଢି ଉଠିବ। ଏବଂ ସମାଜ ସେବାରେ ଭଲକାମ କରିଥିବା ବ୍ୟକ୍ତିଙ୍କୁ ଏଠାରେ ସମ୍ବୋଧିତ କରାଯାଇପାରିବ।