କୁଜଙ୍ଗ , 16/03/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ବାଲି ଓ ମାଟିକୁ ସରକାର ଲଘୁ ଖଣିଜ ଦ୍ରବ୍ୟର ମାନ୍ୟତା ଦେଇଛନ୍ତି।ମାତ୍ର ମାନୁ ନାହାଁନ୍ତି କେତେକ ଚୋରା ମାଟି ମାଫିଆ ମାନେ।ଦିବା ଲୋକରେ ହେଉଛି ଲଘୁ ଖଣିଜ ଦ୍ରବ୍ୟ ଚୋରୀ।ସବୁ ଜାଣି ଶୁଣି ନିରବଦ୍ରଷ୍ଟା ସାଜିଛନ୍ତି କୁଜଙ୍ଗ ତହସିଲଦାର ଓ ମାଇନ୍ସ ବିଭାଗ କତୃପକ୍ଷ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ ବଉଳାଙ୍ଗ ସ୍ଥିତ ମାହାକାଳ ଡ଼ିଆ ଓ ମିରିଗଡିଆ ଗହିରରେ।ତେବେ ନୂତନ୍ ଟ୍ରେନ୍ ଲାଇନ୍ ଗଢ଼ି ତୋଳିବା ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ବେଳେ କେତେକ ମାଟି ମାଫିଆ ମାନେ ପ୍ରଶାସନର ତଳିଆ କର୍ମଚାରୀଙ୍କୁ ହାତ ବାରିସ୍ କରି ଦିବା ଲୋକରେ ୩୦ରୁ ୪୦ଟ୍ରାକ୍ଟର ଓ ଜେସିବି ସାହଯ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କରୁଥିବା ନେଇ ଅନେକ ଲୋକଙ୍କ ଜମି ନଷ୍ଟ ହେଉଛି।କେତେକ ଜମି ମାଲିକ ମାନେ କୁଜଙ୍ଗ ଥାନା ଓ କୁଜଙ୍ଗ ତହସିଲରେ ମଧ୍ୟ ଅଭିଯୋଗ କରିଛନ୍ତି।ମାତ୍ର ସବୁ ଜାଣି ଶୁଣି ଅଭିଯୋଗକୁ ଚପାଇଦେଇ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ ଚୋରା ମାଟି ମାଫିଆ ମାନେ ନେତା ମନ୍ତ୍ରୀଙ୍କ ନାଁ ନେଇ ଏପରି ଚୋରା ଚାଲାଣ କରୁଥିବା ପରିଲକ୍ଷିତ ହୋଇଛି।ଯାହାକୁ ନେଇ କୁଜଙ୍ଗ ଅଞ୍ଚଳରେ ତୀବ୍ର ଆସୋନ୍ତୋଷ ପ୍ରକାଶ ପାଇଛି।ତେବେ କାହା ଛତ୍ରଛାୟା ତଳେ ରହି ଏହି ମାଟି ମାଫିଆ ମାନେ ଦିବା ଲୋକରେ ଲଘୁ ଖଣିଜ ଦ୍ରବ୍ୟ ଚୋରୀ କରିଛନ୍ତି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।