କୁଜଙ୍ଗ , 16/03/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ ହାପି କ୍ଲବ୍ କାଳିଆପାଟ ପକ୍ଷରୁ ଅଷ୍ଟମ ବାର୍ଷିକ ରାଜ୍ୟ ସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ପାଇଁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମଟି କ୍ଲବର ସଭାପତି ବାବସ ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ରାମଚନ୍ଦ୍ର ଦଳାଇ,ସମ୍ପାଦକ ସର୍ବେଶ୍ଵର ପରିଡ଼ା,ସହ ସମ୍ପାଦକ ସୂର୍ଯ୍ୟ ଦିପ୍ତ ନାଥ,କୋଷାଧ୍ୟକ୍ଷ କାହ୍ନୁ ଚରଣ ସାମଲ,ସହ କୋଷାଧ୍ୟକ୍ଷ ନିମାଇଁ ପଣ୍ଡା,ସମାଜସେବୀ ଶିବ ଚରଣ ସାମଲ ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଆସନ୍ତା ମାସ ୨୦/୦୪/୨୦୨୬ରିଖ ଠାରୁ ୨୪/୦୪/୨୦୨୬ରିଖ ପର୍ଯ୍ୟନ୍ତ ଜାରୀ ରହିବ।ଏହି ମୂକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ୫ଟି ଟିମ୍ ଭାଗ ନେଇଥିବା ବେଳେ ପ୍ରଥମ ରାତ୍ରୀରେ ଓଁ ଶ୍ରୀ ଗାଦୀ ମହାପୁରୁଷ କଳା ସଂସଦ ଆଠ ବାଟିଆ କେନ୍ଦ୍ରାପଡ଼ା ମଞ୍ଚସ୍ଥ କରିବ ହା କୃଷ୍ଣ ବୋଲି ଯାଉ ଜୀବ,ଦ୍ଵିତୀୟ ରାତ୍ରୀ ଆମ ନାଟକ ଭୁବନେଶ୍ୱର ତତଫରୁ ଦିଅଁ ପୂଜିବାକୁ ଦେଉଳ ମନା,ତୃତୀୟ ରାତ୍ରୀରେ ବିନାୟକ ନାଟ୍ୟ ସଂସଦ ଜଗତପୁର ଯାଜପୁର ନାଟକ କାନ୍ଦେନାଁ ଲୁହ ସରିଯିବ,ଚତୁର୍ଥ ରାତ୍ରୀ ମା ବନଦୃର୍ଗା କ୍ଲବ୍ ଆମ କଳା ଆମ ସଂସ୍କୃତି ସଂଗଠନ ନୂଆ ବାଲିସାହି ଆଖି କାନ୍ଦୁଛି ତୋରି ପାଇଁ ଓ ଉଦଯାପନୀ ସନ୍ଧ୍ୟାରେ ମା ନାରାୟଣୀ ନାଟ୍ୟ ସଂସଦ ରାଢ଼ଙ୍ଗ ଜଗତସିଂହପୁର ନାଟକ ମଞ୍ଚସ୍ଥ କରିବ ଏ ସମ୍ପର୍କ ଶେଷ ନାହିଁ। ଏଥିସହିତ ହାପି କ୍ଲବ ପକ୍ଷରୁ ଆୟୋଜନ କରାଯାଉଥିବା ପାଞ୍ଚ ଦିନ ବ୍ୟାପୀ ୫ଗୋଟି ନାଟକକୁ ଦର୍ଶକ ମାନେ ମନଭରି ଉପଭୋଗ ଶାନ୍ତି ଶୃଙ୍ଖଳାର ସହ କରାଯିବ ବୋଲି କ୍ଲବ ପକ୍ଷରୁ ଗଣମାଧ୍ୟମ ଜରୀଆରେ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷ୍ୟାବିତ୍ ପ୍ରଦୀପ୍ତ କୁମାର ରାଉତ।
