ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାହାଡ଼ ଚଢ଼ି ଲୋକଙ୍କ ମୌଳିକ ସୁବିଧା ବୁଝିଲେ ଜିଲ୍ଲାପାଳ | ପ୍ରଥମଥର ପାଇଁ ଦୁଇ ଭାରତୀୟ ପ୍ରଶାସନିକ ଅଧିକାରୀ ଅପହଞ୍ଚ ଇଲାକାକୁ ଗସ୍ତ ।

ଗୁଡାରି / ଗୁଣପୁର , 16/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ତା୧୬-୦୩-୨୦୨୬ରିଖ ଦିନ ଗୁଡାରି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ସରିବା ପରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଗୁଡାରି ବ୍ଲକ ମଧୁବନ ପଞ୍ଚାୟତର ପାହାଡ଼ ଶିଖର ଗ୍ରାମ କର୍ଲଗୁଡି, ରେଙ୍ଗାପଦର ଓ କେପିଟି ଆଦି ଗସ୍ତ କରିଥିଲେ । ଦୀର୍ଘ ୦୫ ରୁ ୦୭କିମି ପାଦରେ ଚାଲି ପାହାଡ଼ ଚଢି ନାଳ ପାର ହୋଇ ସମସ୍ତ ଗ୍ରାମ ଗସ୍ତ କରି ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଥିଲେ ।
Article Image
ଆଧାର କାର୍ଡ ଓ ଖାଉଟି କାର୍ଡ ସମସ୍ୟା ବହୁ ପରିମାଣରେ ଥିବା ଯୋଗୁଁ ତୁରନ୍ତ ଏକ କ୍ୟାମ୍ପ କରି ଲୋକଙ୍କ ଆଧାର ଓ ଖାଉଟି କାର୍ଡ କରିବା ସହ ସେମାନଙ୍କୁ ଆଧାର ଓ ଖାଉଟି କାର୍ଡ ଯୋଗାଇ ଦେବାକୁ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ସମୀକ୍ଷା କରି ତିନି ଗ୍ରାମକୁ ରାସ୍ତା କରିବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିନି ଗ୍ରାମର ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ସହ କାର୍ଯ୍ୟାଦେଶ ପ୍ରଦାନ କରି ଘର ଶୀଘ୍ର ଶେଷ କରିବାକୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ କରିବା ନିମନ୍ତେ ଶିଶୁ ବିକାଶ ଯୋଜନା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଲୋକଙ୍କ ପାଖରେ ପହଁଚି ଲୋକଙ୍କ ମୌଳିକ ସୁବିଧା ପାଉଛନ୍ତି ନା ନାହିଁ ସେସବୁ ବିଷୟରେ ଜିଲ୍ଲାପାଳ ପଚାରି ବୁଝିଥିଲେ । ତିନିଗ୍ରାମର ଲୋକେ ହଠାତ ଜିଲ୍ଲା ସ୍ତରୀୟ ଅଧିକାରୀ ସେମାନଙ୍କ ଗ୍ରାମରେ ପହଁଚି ସେମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ ଆଲୋଚନା କରିବା ଦେଖି ଗ୍ରାମବାସୀ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେତିକି ଆନନ୍ଦ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ପ୍ରତି ଶେଷ ଗ୍ରାମ ବା ଅପହଞ୍ଚ ଗ୍ରାମକୁ ଗସ୍ତ କରି ଲୋକଙ୍କ ମୌଳିକ ସୁବିଧା ବୁଝିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୂଳକର୍ଣ୍ଣି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରା, ଗୁଡାରି ତହସିଲଦାର ଆଡାଲା ସ୍ନେହଲତା, ଗୁଡାରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ମଧୁବନ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଗସ୍ତ କରିଥିଲେ ।
Article Image
Article Image
Article Image
9