ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଜସେବୀଙ୍କ ପରଲୋକ

ଏରସମା, 16/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ବାମଦେଇ ପୁର କଙ୍କରଦିଆ ଗ୍ରାମର ଧ୍ରୁବ ଚରଣ ମହାନ୍ତି (୮୪) ବୟସରେ ଦେହତ୍ୟାଗ କରିଛନ୍ତି ।ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲାବେଳେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।ସ୍ୱର୍ଗତ ମହାନ୍ତି ଏରସମା ଅଞ୍ଚଳର ଜଣେ ନିଆରା ବେକ୍ତିତ୍ୱ ଥିଲେ ।ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନ୍ୟାୟ ନିଶାପ ପାଇଁ ସବୁବେଳେ ସେ ଆଗରେ ରହିଥାନ୍ତି ।ଦୀର୍ଘଦିନ ଧରି ସାତ ପଞ୍ଚାୟତର ବିଜୁ ଜନତା ଦଳର ମୁରବି ଭାବରେ ପରିଚିତ ଥିବାବେଳେ ତାଙ୍କର ବୋହୁ ମଧ୍ୟ ପଞ୍ଚାୟତର ସରପଞ୍ଚ ଥିଲେ।ସ୍ୱର୍ଗତ ଦାମ ବାବୁ ଙ୍କର ପ୍ରିୟ ପାତ୍ର ଥିଲାବେଳେ ଅଞ୍ଚଳ ର ମୁରବି ଭାବରେ ବେଶ ଜଣାଶୁଣା ।ତାଙ୍କର ଚାରି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ,ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି,ବିଧାୟକ ସାରଦା ପ୍ରସନ୍ନ ଜେନା,ବିଜେପି ଯୁବ ନେତୃତ୍ୱ ସତ୍ୟ ସାରଥୀ ମହାନ୍ତି,ପୀତବାସ ଗୋଛାୟାତ,ସଂଜୀବ ବିଶ୍ୱାଳ ଓ ତାମିଲ ପ୍ରଧାନ,ସଞ୍ଜୟ ମହାନ୍ତି ଶୋକବେକ୍ତ କରିଥିବା ବେଳେ ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ ପରିଡା ,ସରପଞ୍ଚ ପ୍ରଫୁଲ ଦାସ ,ପୂର୍ବତନ ସରପଞ୍ଚ ଗୌରହରି ସାମନ୍ତରାୟ,ପୂର୍ବତନ ସରପଞ୍ଚ ଅଖିଳ ବଲ୍ଲବ ସ୍ୱାଇଁ,କରୁଣାକର ଦାସ ସମେତ ଅନ୍ୟ ନେତୃତ୍ୱ ମାନେ ଶେଷ ଦର୍ଶନ କରିଛନ୍ତି।ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ଯଇରାମ ମହାନ୍ତି ଏକ ଶୋକାକୁଳ ପରିବେଶ ରେ ମୁଖାଗ୍ନି ଦେଇଥିଲେ।
8