ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଛଗାଁ ଯାଦବ ସଂଘ ତରଫରୁ ବାର୍ଷିକ କାଠି ଲଉଡ଼ି ଉତ୍ସବ ପାଳିତ

ବାଲିକୁଦା, 16/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଛଗାଁ ଯାଦବ ସଂଘ ତରଫରୁ ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏକ ବିଶେଷଧରଣର କାଠି ଲଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ଜିଲାର ଖମ୍ବାକୁଳ, ମଠସାହି, ବୋଇତକୁଦ, ପାରାଦୀପ-ଭୁତମୁଣ୍ଡାଇ, ବାଘୁଆବାରୀ, ବ୍ରାହ୍ମଣବାରୀ, ବଳଭଦ୍ରପୁର, ରାହାଣ, ଅରଜଙ୍ଗ, ଗହୀରପଡ଼ା, କୁସୁପୁର ପ୍ରଭୃତି ଅଞ୍ଚଳରୁ ଲଉଡ଼ି ସଂଗଠନ ମାନେ ଯୋଗଦେଇ ସେମାନଙ୍କର ଲଉଡ଼ି ପ୍ରଦର୍ଶନ କରିଥିଲେ । ଯାଦବ ସମାଜର ଏହି କାଠି ଲଉଡ଼ି ପ୍ରତିଯୋଗୀତା କାହିଁ କେଉଁ କାଳରୁ ଏକ ଆଧ୍ୟାମିକ ପରମ୍ପରା ବହନ କରେ ବୋଲି ଉପସ୍ଥିତ ଅତିଥି ମାନେ କହିବା ସହିତ ଏହାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଲଉଡ଼ି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, ବୀରବର ଦାସ, ସୌମେନ୍ଦ୍ର କୁମାର ଦାସ, ବିଶିଷ୍ଟ ଶିକ୍ଷାବିତ ଅରୁଣ କୁମାର ମହାନ୍ତି, ସମିତିସଭ୍ୟ ନିରଞ୍ଜନ ଦାସ, ଶିବ ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାଠି ଲଉଡ଼ି ପ୍ରତିଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀଚରଣ ବେହେରା, ନରେଶ ଦାସ, ନିତ୍ୟାନନ୍ଦ ବେହେରା, ସୁରେଶ ଦାସ, ଜିତେନ୍ଦ୍ର ବେହେରା, ବିକାଶ ଦାସ, ସର୍ବେଶ୍ୱର ବେହେରା, ପ୍ରକାଶ ବାହାଲିଆ, ମହାଦେବ ବେହେରା, ସୁକାନ୍ତ ଦାସ, ଛବି ଦାସ, ପ୍ରଶାନ୍ତ ଦାସ, ରବିନ୍ଦ୍ର ଦାସ, ମାନସ ମାଣିଆ, ଦିଲୀପ ବେହେରା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି କାଠି ଲଉଡ଼ି ପ୍ରତିଯୋଗିତାରେ ଜଗତସିଂହପୁର ଜିଲାରୁ ବିଭିନ୍ନ ପ୍ରତିଯୋଗୀ ମାନେ ଲଉଡ଼ି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
Article Image
7