ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପିଆକୁଦରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ ନୁକ୍କଡ୍ ନାଟକ

କୁଜଙ୍ଗ / ଗୋପିଆକୁଦ, 16/03/2026, ଉତ୍କଳ voice news - utkalvoicenews.com ଗୋପିଆକୁଦ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଧୀନରେ ଗୋପିଆକୁଦ ଗ୍ରାମରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ନିମନ୍ତେ ଏକ ନୁକ୍କଡ୍ ନାଟକ ଆୟୋଜିତ ହୋଇଥିଲା।
Article Image
ଏହି କାର୍ଯ୍ୟକ୍ରମରେ ଡା. କିରଣବାଳା ଜେନା (ମେଡିକାଲ ଅଫିସର), ଜୟଶ୍ରୀ ଦାସ (ସିଏଚଓ), ସରୋଜିନୀ ଏକ୍କା (ଏଏନଏମ) ସହ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଏବଂ KIMS–ICMR CONVERTECH ପ୍ରକଳ୍ପର କର୍ମଚାରୀମାନେ ଉପସ୍ଥିତ ଥିଲେ।
Article Image
ନୁକ୍କଡ୍ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ ମାନସିକ ରୋଗର ଲକ୍ଷଣ, ସମୟମତେ ଚିକିତ୍ସାର ଆବଶ୍ୟକତା ଓ ସରକାରୀ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ସଚେତନ କରାଯାଇଥିଲା। ସେଥିସହିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଉପଲବ୍ଧ ୧୨ଟି ସ୍ୱାସ୍ଥ୍ୟ ସେବା ପ୍ୟାକେଜ ବିଷୟରେ ମଧ୍ୟ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା। ବହୁ ସଂଖ୍ୟକ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଚେତନତା ଅଭିଯାନକୁ ସ୍ୱାଗତ କରିଥିଲେ।
15