ତିର୍ତ୍ତୋଲ, 16/03/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଶାଗବାରିଆ ସୁଶ୍ରୀ ଶୁଭଶ୍ରୀ କାର୍ଯ୍ୟାଳୟରେ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ ଓ ସଭାପତି ପ୍ରେମ ଚରଣ ରାଉତଙ୍କ ତତ୍ତ୍ୱlବଧାନରେ ସଂସଦର କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତlଙ୍କ ଅଧ୍ୟକ୍ଷତାରେ ଚଇତି ଆସର ଅନୁଷ୍ଠିତ ହୋଇଯାଇଛି l ଉଦଘାଟକ ଅରୂପାନନ୍ଦ ସ୍ୱାଇଁ ବେଦ ପାଠ କରିଥିବାବେଳେ ମୁଖ୍ୟ ଅତିଥିଭାବେ ରଜମହୋତ୍ସବ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଥିଲେ l ମୁଖ୍ୟ ବକ୍ତା ଭାବରେ ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ ଯୋଗଦେଇ ବସନ୍ତର ମଳୟ ଆଗମନ ଆବାହନୀ ତତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ସମ୍ବାଦ ପ୍ରତିନିଧି ତୃପ୍ତିରଞ୍ଜନ ମହାନ୍ତି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବାସହ ଏରସମା ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ ସମ୍ପର୍କରେ ଅବଗତ କରାଇଥିଲେ l ସୂର୍ଯ୍ୟୋଦୟ ପତ୍ରିକାର ସଭାପତି ପ୍ରଶାନ୍ତ କୁମାର ସେଠୀ ବରେଣ୍ୟ ଅତିଥିଭାବରେ ଅଧୁନାତନ ସମାଜର ନୀତିଭଙ୍ଗରେ ବସନ୍ତର ଉପଲବ୍ଧି ପୂର୍ବବତ ହେଉନଥିବାର କାରଣମାନ ଦର୍ଶାଇଥିଲେ l ସମ୍ବାଦ ସାହିତ୍ୟଘର ସମ୍ପାଦକ ହୃଷିକେଶ ଜେନା, ଆଞ୍ଚଳିକ ପୂଜ୍ୟ ପୂଜା ଟ୍ରଷ୍ଟ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ବାବାଜୀ ମଲ୍ଲିକ, ଉପସଭାପତି ହେମନ୍ତ କୁମାର ନାୟକ ସମ୍ମାନିତ ଅତିଥିଭାବେ ରାଧା କୃଷ୍ଣଙ୍କର ଅପୂର୍ବ ପ୍ରେମ ଲୀଳା ସମ୍ପର୍କରେ ଆଲୋଚନା କରିଥିଲେ l ସୂର୍ଯ୍ୟକାନ୍ତ ମହାନ୍ତି, ସତ୍ୟବ୍ରତ ନାୟକ, ସନ୍ଦୀପ ବର୍ଦ୍ଧନ ପ୍ରଭୃତି କବିତାପାଠ କରିଥିଲେ l ପରିଶେଷରେ ସଂସଦର ସୌଜନ୍ୟ ସମ୍ପାଦକ ଶ୍ୟାମସୁନ୍ଦର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l