ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂତନ ଥାନାଧିକାରୀଙ୍କ ଗୋଟିଏ ପରେ ଗୋଟିଏ ସଫଳତା ପୁଣିଥରେ ୩୫ ଲିଟର ଦେଶୀ ମଦ ଜବତ୍ କଲେ କୁଜଙ୍ଗ ପୋଲିସ୍।

କୁଜଙ୍ଗ , 05/02/2025, ଉତ୍କଳ voice news - utkalvoicenews.com ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବାଲିସାହି ଗ୍ରାମର ପୁଣିଥରେ ଚୋରା ମଦ କାରବାରୀ ଗିରଫ। ଗତକାଲି ସନ୍ଧ୍ୟାରେ କୁଜଙ୍ଗ ଥାନାର ଏ.ଏସ୍.ଆଇ (ଅନିଲ୍ କୁମାର ସାହୁ) ଓ ଥାନାର ଅନ୍ୟ ଷ୍ଟାଫ୍ ମାନେମିଶି ବାଲିତୁଠ ଗ୍ରାମରେ ପେଟ୍ରୋଲିଗ୍ କରୁଥିବା ବେଳେ ସେହି ଗ୍ରାମର ନିତ୍ୟାନନ୍ଦ ପଲାଇଙ୍କ ପୁଅ ସୁଶାନ୍ତ ପଲାଇ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲେ। ତଦନ୍ତ ପରେ ଜଣା ପଡିଥିଲା କି ସୁଶାନ୍ତ ପଲାଇ ଇଲିଗାଲି ଭାବରେ ବାଲିତୁଠ ବଜାର ଠାରେ ଚୋରାରେ ଲୋକଙ୍କୁ ମଦ ବିକ୍ରି କରୁଥିଲେ।ଯେତେବେଳେ ପୋଲିସ୍ ତାଙ୍କୁ ଗିରଫ କରିବା ପରେ , ତାଙ୍କଠୁ ୨୦୦ମିଲି ର ଟୋଟାଲ ୩୫ ଲିଟର ମଦ ବୋତଲ ଏବଂ ୨ଟି ମୋବାଇଲ ଫୋନ ଜବତ୍ କରିଛି। ଘଟଣା ସମ୍ପର୍କରେ ପୋଲିସ୍ ସବୁ ତଥ୍ୟ ସଂଗ୍ରହ କରିବା ପରେ କୋର୍ଟ ଚାଲାଣ କରିଛି।
Article Image
9