ଏରସମା, 18/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ୍ ବାମଦେଇପୁର ପଞ୍ଚାୟତ ଅନ୍ତର୍ଗତ ବାମଦେଇପୁରୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଆୟୋଜିତ ଆଜିର ଉତ୍ସବରେ ବାମଦେଇପୁରୁ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଭୋଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବାମଦେଇପୁରୁ ପଞ୍ଚାୟତ ସମିତିସଭ୍ୟ ବିକ୍ରମ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତୀ ମହାନ୍ତି, ମୁଖ୍ୟ ବକ୍ତା ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ଏରସମା ଗୋପବନ୍ଧୁ ନାୟକ, ସମ୍ମାନୀତ ଅତିଥି ଭାବେ ବାମଦେଇପୁରୁ ପଞ୍ଚାୟତ ପୃର୍ବତନ ସରପଞ୍ଚ ଗୋପୀନାଥ ସାମନ୍ତରାୟ,ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ବେହେରା,ମିଡ଼ିଆ କେ ଅଡିନେଟର ଶୁଭେନ୍ଦୁ ଖଟୁଆ, ଗୈ।ରଚଣ୍ଡୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରା,ତ୍ରିଲୋଚନପୁରୁ ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମିହିର କୁମାର ଦାଶ , ମହାଲକ୍ଷ୍ମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଭୟ କୁମାର ପରିଡ଼ା,କେନ୍ଦୁଳାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପରିଡା, ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଲିତୁଠ ପ୍ରଧାନ ଶିକ୍ଷୟିତ୍ରୀ ଲୀନା ନନ୍ଦ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଦାମକା ରବିନ୍ଦ୍ର କୁମାର ରାଉତ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା,ବାଲିତୁଠ ମେନକା ମଞ୍ଜରୀ ସ୍ୱାଇଁ, ପଞ୍ଚଶକ୍ଷା ଶିକ୍ଷା ସେତୁର ଅଧ୍ୟକ୍ଷ ଅକ୍ଷୟ ମହାନ୍ତି, ସରକାରୀ ପ୍ରାଥମିକ ବିଦ୍ୟାଳୟ ବାମଦେଇପୁରୁ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱଣ୍ଣଲତା ନାୟକ,ପ୍ରଥମ ଫାଉଣ୍ଡେସନ ଜିଲ୍ଲା ସଂପାଦକ କୁମୁଦ ରଞ୍ଜନ ମହାନ୍ତି,ଓ୍ବlଡସଭ୍ୟ ଭଜନ ସେଠୀ,ପ୍ରଫୁଲ୍ଲ କୁମାର ଦାସ,ବିକାଶ କୁମାର ପରିଡ଼ା ଯୋଗଦେଇ ବିଦାୟୀ ଶିକ୍ଷକ ମାନଙ୍କର ଦୀର୍ଘ ଶିକ୍ଷକତା ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସବ ପରିଚାଳନା କରିଥିଲେ।
