ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଜ୍ରପାତରେ ଚାରିଟି ଗୋରୁ ମୃତ

ରାୟଗଡ଼ା / କାଶୀପୁର, 18/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅଧୀନ ରେଙ୍ଗା ପଞ୍ଚାୟତର ସେମିଲିଗୁଡା ଗ୍ରାମରେ ଆଜି ସକାଳେ ବଜ୍ରପାତ ଘଟଣାରେ ଚାରିଟି ଗୋରୁ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଦୁଃଖ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବରେ ଆଜି ସକାଳେ ବର୍ଷା ସହ ଘଡ଼ଘଡ଼ି ବଜ୍ରପାତ ହେଉଥିବା ସମୟରେ ସେମିଲିଗୁଡା ଗ୍ରାମର ତଳ ମସାଣି ପଦା ପାଖରେ ଥିବା ଏକ ପଣସ ଗଛ ତଳେ ଚାରିଟି ଗୋରୁ ରହିଥିଲେ। ଏହି ସମୟରେ ହଠାତ୍ ବଜ୍ରଘାତ ହେବାରୁ ସେମାନଙ୍କର ସ୍ଥଳତେ ମୃତ୍ୟୁ ଘଟିଥିଲା। ମୃତ ଗୋରୁଗୁଡ଼ିକ ବାତ୍ରୀ ମାଝୀ, କୁମୁଦ ଚନ୍ଦ୍ର ମାଝୀ, ଲିଙ୍ଗନା ମାଝୀ ଓ ମଲକୀ ମାଝୀଙ୍କର ବୋଲି ଜଣାପଡ଼ିଛି। ଏହି ଅକସ୍ମାତ ଘଟଣାରେ ସେମାନଙ୍କ ପରିବାର ଅର୍ଥନୈତିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଘଟଣା ପରେ ଗ୍ରାମବାସୀମାନେ ପ୍ରଶାସନଙ୍କୁ ଅନୁରୋଧ କରି ପୀଡିତ ପରିବାରମାନଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
9