ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ମା ନିମା ସୁନ୍ଦରୀ କଳାମଞ୍ଚ ଫତେପୁର ଚମ୍ପିୟାନ

ଏରସମା, 19/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ତା୧୯/୩/୨୬ ଏରସମା ବ୍ଲକ ଭିତର ଅନ୍ଧାରୀ ପଞ୍ଚାୟତ ଅନ୍ତର୍ଗତ ଗୁଆମୁଣ୍ଡା ବାରଣୀ ପଡିଆଠାରେ ୧୩ ତମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜୟ ଜଟବାବା ଗୁଆମୁଣ୍ଡା ଡ୍ରାମାଟିକ କ୍ଲବର ମେମ୍ବର ମାନଙ୍କ ସହଯୋଗରେ ତିନିଦିନ ବ୍ୟାପି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପରିବେଷଣ ହୋଇଯାଇଛି। ତା ୧୬/୩/୨୬ ରିଖ ସୋମବାର ଲୁହ ବିନା କାହାଣୀ ଅଧା ନାଟକ ବିଶ୍ଵାଳୀ ଡ୍ରାମାଟିକ କ୍ଲବ ପରିବେଷଣ କରିଥିଲା। ଦ୍ଵିତୀୟ ଦିବସରେ ବିକ୍ରମ ମହାପାତ୍ରଙ୍କ ନିର୍ଦ୍ଦେଶନା ନାଟକ ତୁ ବୋଧୋ ମୋ ଭାଗ୍ୟରେ ନାହୁଁ ଫତେପୁରୁ ଡ଼୍ରାମାଟିକ ପରିବେଷଣ କରିଥିବା ବେଳେ ଅନ୍ତିମ ତଥା ତୃତୀୟ ଦିବସରେ କିଏ କାନ୍ଦି ନାହିଁ ହାତଟେକ ଭୂବନେଶ୍ୱରର ଡ୍ରାମାଟିକ୍ ପରିବେଷଣ କରିଥିଲା। ଫତେପୁର ମା ନିମା ସୁନ୍ଦରୀ କଳାମଞ୍ଚ ଚମ୍ପିୟାନ ହୋଇଥିଲା । ମୁଖ୍ୟ ଅତିଥି କୃଷ୍ଣଚନ୍ଦ୍ର ସ୍ୱାଇଁ ଚମ୍ପିୟାନ ଟିମ୍ କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ହରିହର ସ୍ୱାଇଁ ଓ ଗୁଣନିଧି ପ୍ରଧାନ ରନର୍ସଅଫ ଟିମ୍ କୁ ରରନର୍ସଅଫ ଟ୍ରପି ପ୍ରଦାନ କରିଥିଲେ। ଗୋଲଖ ଚନ୍ଦ୍ର ଦାସ ସଭା ପରିଚାଳନା କରିଥିବା ବେଳେ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବିକ୍ରମ ମହାପାତ୍ର ପୁରସ୍କୃତ ହୋଇଥିଲେ। ବିଚାରକ ଭାବେ କେଶବ ଚନ୍ଦ୍ର ଦଳାଇ ଓ ପ୍ରଫୁଲ୍ଲ କୁମାର ନାଥ ଉପସ୍ଥିତ ଥିଲେ। ନାଟକ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଜୟ ଜଟବାବା ଡ୍ରାମାଟିକ କ୍ଲବର ଜଟାଧାରୀ ସ୍ୱାଇଁ ,ସମୀର ଶେଖର ସ୍ୱାଇଁ,ଶୁକାନ୍ତ ସାମଲ, ଚିତ୍ତରଞ୍ଜନ ସ୍ୱ।ଇଁ, ପ୍ରମୋଦ ସ୍ୱାଇଁ ,ଶେସନ ଭୋଳ, ଦେବଦତ୍ତ ସାମଲ, ରଞ୍ଜନ ସ୍ଵ।ଇଁଙ୍କ ସମେତ ଜୟ ଜଟବାବା ଡ୍ରାମାଟିକ କ୍ଲବର ସମସ୍ତ ମେମ୍ବରମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
7