ତିର୍ତ୍ତୋଲ, 19/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଅରଜଙ୍ଗ ଗ୍ରାମରେ ଜଣେ ନବବଧୂ ରଶି ଲଗେଇ ଆତ୍ମାହତ୍ୟା କରିଥିବା ଦୃଶ୍ୟ ସାମ୍ନା କୁ ଆସିଛି ।କିନ୍ତୁ ବାପ ଘର ଲୋକ ତାଙ୍କ ଝିଅ କୁ ଶାଶୁ ଘର ଲୋକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ସେଥିନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପ।ଘଟଣାରୁ ପ୍ରକାଶ ଯେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ଗ୍ରାମର ନଟବର ନାଥ ପିତା - ହରି ନାଥ, ଝିଅ ରୂପାଲି ନାଥ (ବୟସ ୨୨ ବର୍ଷ) ଗତ ୨୦୨୫ ମସିହା ମେ ମାସ ୭ ତାରିଖ ଦିନ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅରଜଙ୍ଗ ଗ୍ରାମର ଅଭିନା ନାଥଙ୍କ ପୁଅ ସଞ୍ଜୟ ନାଥ ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଜାନି ଯୌତୁକ ଦେଇଥିଲେ ସୁଦ୍ଧା ଏହି ଏଗାର ମାସ ଭିତରେ ଝିଅ କୁ ବିଭିନ୍ନ ସମୟରେ ଯୌତୁକ ବାବଦକୁ ୫ଲକ୍ଷ ଟଙ୍କା ଦାବି କରି ଝିଅକୁ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ଶାଶୁ ଘର ଲୋକ। ପାଞ୍ଚ ଲକ୍ଷ ଟଙ୍କା ଆଣିବା ପାଁଇ ବୋହୂକୁ ତା ବାପ ଘରକୁ ପଠାଇଥିଲେ।ବାପ ଘରୁ ପାଞ୍ଚ ଲକ୍ଷ ଟଙ୍କା ନ ଆଣ ଆସିଲା ଆମେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଝିଅ ର ବାପ ଝିଅ ର ଶାଶୁ ଓ ଶଶୁର ଙ୍କ ସହ କଥା ହୋଇ ଝିଅ ହାତରେ ନଗଦ ୨ ଲକ୍ଷ ଟଙ୍କା ଦେଇ ଶାଶୁ ଘରେ ଛାଡ଼ି ଆସିଥିଲେ।କିନ୍ତୁ ୧୬/୦୪/୨୦୨୬ ରେ ସନ୍ଧ୍ୟା ୬:୦୦ ସମୟରେ ଝିଅର ସାନ ଭଉଣୀ ନିଜ ଭଉଣୀ ସହିତ କଥା ହେବାପାଇଁ କଲ କରିଥିଲା କିନ୍ତୁ ଭଉଣୀ ର ନଣଦ (ମଧୁସ୍ମିତା ନାଥ )ଫୋନ୍ ଉଠାଇଥିଲେ ଓ କହିଥିଲେ କି ତୁମ ଭଉଣୀ ରଶି ଲଗେଇ ଆତ୍ମହତ୍ୟା କରିଛି।ବାପ ଘର ଲୋକ ନିଜ ପଡୋଶୀ ମାନକୁ ନେଇ ଝିଅ ର ଶାଶୁ ଘରେ ପହଂଚି ଥିଲେ। ସେଠି ଶାଶୁ ଘର ଲୋକେ ମିଶି ସମସ୍ତେ ଝିଅକୁ ମାରି ଦେଇଥିବା କଥା ଝିଅ ର ବାପା ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।