ରାୟଗଡ଼ା / ଟିକିରି, 19/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
ରାୟଗଡାଜିଲ୍ଲା କାଶିପୁର ବ୍ଲକ ଟିକିରି ପୁରୁଣା ବ୍ୟାଙ୍କ ସାହିଠାରେ ହିନ୍ଦୁନବବର୍ଷ ଅବସର ରେ ବିଶ୍ଵସାନ୍ତି ୪ପ୍ରହର ଅଖଣ୍ଡ ନାମ ଯଜ୍ଞ ଗୁରୁବାର ଅନୁଷ୍ଟିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଟିକିରି ବଡ ବନ୍ଦ ଠାରୁ କଳସ ଯାତ୍ରା ଗଙ୍ଗା ଆବାହନ ପରେ ଅଧିବାସ ହୋଇଥିଲା।ଗୁରୁବାର ପ୍ରାତ ୪ଘଣ୍ଟାରୁ ନାମ ସଙ୍କିର୍ତନ ଆରମ୍ଭହୋଇ ସନ୍ଧ୍ୟା ୪ ଘଣ୍ଟା ରେ ନାମ ଶେଷ ପରେ ଦଧି ହାଣ୍ଡି ଭଙ୍ଗାଯାଇ ନଗର ପରିକ୍ରମା ହୋଇଥିଲା। ଦିନ ସାରା ପ୍ରାୟ ୨ହଜାର ଭକ୍ତଙ୍କ ପାଇଁ ପ୍ରଷାଦସେବନ ର ବ୍ୟବସ୍ଥା କରାଯାଇଥିଲା।ପୂଜକ ସଞ୍ଜୟ ସଡଙ୍ଗୀ ଙ୍କ ନେତୃତ୍ବରେ ସନ୍ତଷ ମହାନ୍ତି,ରାମ ମହୋନ ମହାନ୍ତି,ବୁଲୁମିଶ୍ର,ଶଙ୍କର ତ୍ରୀପାଠୀ,କାହ୍ନୁଚରତ ବେହେରା,କୁନା ପଣ୍ଡା,ସାଇରାମ ସୁବୁଧି,ଶ୍ରୀକାନ୍ତ ବେହେରା ଏବଂ ସାହିର ସମସ୍ତ ମହିଳାମାନେ ପୂର୍ଣ ସହଯୋଗ କରିଥିଲେ।