ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଷ୍ଟପ୍ରହରୀ ନାମଯଜ୍ଞ

ଏରସମା, 20/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଗରାଦେଇପୁର ମା" ବୁଢୀକେନ୍ଦୁଳାଇ ମନ୍ଦିର ପ୍ରାଙ୍ଗଣରେ ପ୍ରମୋଦ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଧୁମଧାମରେ ପାଳିତ ହୋଇଯାଇଛି। ଗ୍ରାମର ସମସ୍ତ ପୁରୁଷ ଓ ମହିଳାମାନେ ନୂତନ ବତ୍ସ ପରିଧାନ କରି ସାରିବାପରେ କର୍ତ୍ତା ପ୍ରମୋଦ କୁମାର ନାୟକ ଗ୍ରାମ ପୁଷ୍କ ରିଣୀ ନିକଟରେ ପୂଜାର୍ଚ୍ଚନା କରିଥିଲେ। ବାଜା, ବାଣ,ଘଣ୍ଟ ,ଘଣ୍ଟି, ହରି ବୋଲ ହୂଳହୁଳି ସହିତ ଗ୍ରାମବାସୀମାନେ ଏକ କଳସ ଯାତ୍ରାରେ ଆସି ମା"ବୁଢୀକେନ୍ଦୁଳାଇ ମନ୍ଦିର ନିକଟରେ ପହଞ୍ଚିଥିଲେ। ନିତି ନିୟମ ଅନୁସାରେ ଲକ୍ଷ୍ମୀଧର ବାବା କଳସାଧିବାସ ,ସୂର୍ଯ୍ୟପୂଜା ,ଯଜ୍ଞ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ କରି ସାରିବା ପରେ ନଗର କୀର୍ତ୍ତନ କରାଯାଇଥିଲେ। ମା" ବୁଢୀକେନ୍ଦୁଳାଇ ମହିଳା ସଂକୀର୍ତ୍ତନ ମଣ୍ଡଳୀମାନେ ନିତାଇ ଗୈ।ର ରାଧେଶ୍ୟାମ ହରେକୃଷ୍ଣ ହରେରାମ ସଂକୀର୍ତ୍ତନର ଧ୍ୱନିରେ କୀର୍ତ୍ତନ କରିଥିଲେ।ଗ୍ରାମର ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
Article Image
10