ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଲ୍ଲୀକଣ୍ଟା ପ୍ରୀମୀୟର ଲିଗ୍ season 7 ଟୁର୍ଣ୍ଣାମେଣ୍ଟ 2026 ଉଦ୍ଘାଟିତ

ଏରସମା, 20/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପ୍ରୀମୀୟର ଲିଗ୍ 2026 season 7 ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।ଏଥିରେ ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ।ସେମାନେ ହେଲେ ବଜରଙ୍ଗୀ ଭାଇଜାନ,MT ସୁପରକିଙ୍ଗ୍, ତାପସ ରାଇଡର XI, ଜଗନ୍ନାଥ ୱାରିଅର୍ସ।ଏହି ଟୁର୍ଣ୍ଣାମେଣ୍ଟ ଟି ଲଗାତାର ତିନି ଦିନ (19/3/2026 ରୁ 21/03/2026) ପର୍ଯ୍ୟନ୍ତ ଚାଲିବ।ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମାଜ ସେଵୀ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ (ମୁନ୍ନା ବାବୁ),ସଂଗ୍ରାମ ମଣ୍ଡେଇ,ଗ୍ରାମର ମୂରବୀ ଭଗତ ମଲ୍ଲିକ,ଦିବାକର ବେହେରା, ପଲ୍ଲୀକଣ୍ଟା ପଂଚାୟତ ର ନ୍ୟାୟବ ସରପଞ୍ଚ ଅଲେଖ ସ୍ଵାଇଁ,ଭଗଵାନ ସାହୁ,ସରୋଜ କୁମାର ମୁଦୁଲି ଙ୍କ ସହିତ ପଲ୍ଲୀକଣ୍ଟା ପ୍ରୀମୀୟର ଲିଗ୍ କମିଟି ର ସଭାପତି ଅରୁପନନ୍ଦ ମଲ୍ଲିକ,ପ୍ରଭାତ ମଲ୍ଲିକ,ଜଗନ୍ନାଥ ପ୍ରସାଦ ସାହୁ,ଦେବାଶିଷ ବିଶ୍ଵାଳ ,ସାଗର ପରିଡ଼ା,ସତ୍ୟ ସୁନ୍ଦର,ଶିଶିର ସାହୁ, ସୂର୍ଯ୍ୟକାନ୍ତ ଓ ରାଜେନ୍ଦ୍ର କମିଟି ମେମ୍ବର ଉପସ୍ଥିତି ଥିଲେ।ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ମୂରବୀ ଶ୍ରୀଯୁକ୍ତ ଭଗତ ମଲ୍ଲିକ ଫିତା କାଟିଥିଲେ।ତତ୍ପରେ ସମସ୍ତ ଅତିଥି ମାନେ ଉଭୟ ପକ୍ଷ ଖେଳାଳି ଙ୍କ ସହ ହାତ ମିଳାଇ ବଧାଇ ଜଣାଇଥିଲେ।
Article Image
21