ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିରାଇଲୋ ପଞ୍ଚାୟତ ଏକଘରିଆ ଗ୍ରାମରେ ବିଶ୍ବ ପଖାଳ ଦିବସ ପାଳିତ

ଏରସମା, 21/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଆଜି ୨୦ମାର୍ଚ୍ଚ ୨୦୨୬ ରିଖ ଦିନ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଜିରାଇଲୋ ପଂଚାୟତସ୍ଥିତ ଏକଘରିଆ ଗ୍ରାମର ସମସ୍ତ ଗ୍ରାମବାସୀ, ସମିତି ସଭ୍ୟ ରଘୁନାଥ ସ୍ବାଇଁ, ଯୁବ ନେତା ଅଭିଜିତ ସାହୁଙ୍କ ଉଦ୍ୟମରେ ଏକଘରିଆ ଗ୍ରାମରେ ବିଶ୍ବ ପଖାଳ ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଆଜି ସକାଳୁ ଦହି ପଖାଳ ସହିତ, ଆଳୁ ଭର୍ଷା, ମାଛ ଭଜା, ଚିଙ୍ଗୁଡ଼ି ଛେଚା, କଦଳୀ ଭଜା, ବାଇଗଣ ଭତ୍ତା, ଶାଗ ଭଜା,ଭେଣ୍ଡି ମସଲା, ବଡି ଚୁରା, ପୋଇ ଚିଙ୍ଗୁଡ଼ି ସନ୍ତୁଳା, କାକୁଡି ଟମାଟୋଗାଜର ସାଲାଡ଼ ଓ ଗୋଟା କଲରା ଭଜା ସହିତ ଉପସ୍ଥିତ ଅତିଥ୍‌ ମାନଙ୍କୁ ପାରମ୍ପରିକ ପଖାଳ ପରସା ଯାଇଥିଲା । ଏହି ଉତ୍ସବରେ ଏରସମା ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଏରସମା ମେଡିକାଲ ଅଫିସର ଡକ୍ଟର ଅମୀୟ ସ୍ବାଇଁ, ବରିଷ୍ଠ କୃଷକ ନେତା ଶଶିଭୂଷଣ ସ୍ବାଇଁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବଲ୍ଲଭାନନ୍ଦ ସ୍ବାଇଁ, ନିତ୍ୟାନନ୍ଦ ଦାସ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ପଲ୍ଲୀକଣ୍ଟା ସମିତି ସଭ୍ୟ ସନ୍ଧ୍ୟାରାଣୀ କୁଅଁର,ଏରସମା ସମିତି ସଭ୍ୟ ଦେବଯାନୀ ସେଠି,ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ରାମଚନ୍ଦ୍ର ମୁଦୁଲି, ଜପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ରାଉତ, ଜିରାଇଲୋ ପୂର୍ବତନ ସରପଞ୍ଚ ପ୍ରସନ୍ନ ସାହୁ,ଶିକ୍ଷାବିତ ଅରୂପାନନ୍ଦ ସ୍ବାଇଁ,ସଞ୍ଜୟ ବିଶ୍ବାଳ, ଯୁବ ନେତା କାହ୍ନା ସେନାପତି,ସାମ୍ବାଦିକ ତଥା ଗାଳ୍ପିକ ଅରୁଣ ବେହେରା, ସମାଜସେବୀ ଦେବେନ୍ଦ୍ର ମହାରଣା, ରବୀନ୍ଦ୍ର ଦାସ,ପିତାମ୍ବର ଦାସ, ବିଜୟ ସ୍ବାଇଁ,ସର୍ବେଶ୍ବର ବେଉରା, ଦାମୋଦର ବେହେରା,ଶରତ ମଲିକ, ରାଜକିଶୋର ମଲିକ, ପ୍ରସନ୍ନ କୁଅଁର ଶରତ ମୁଦୁଲି, ମଥୁରୀ ସେଠି, ପ୍ରଶାନ୍ତି ସେଠି,ପ୍ରତାପ ଖଟୁଆ, ରାଜକିଶୋର ଜେନା, ମଦନମୋହନ ମୁଦୁଲି,ରବୀନ୍ଦ୍ର ଗୋଛାୟତ, ଶଙ୍କର ପରିଡା, ବାସୁଦେବ ଖଣ୍ଡୁଆଳ, ନିହାର ବିଶ୍ବାଳ,ପ୍ରବୀର ପଣ୍ଡା, ଅମରେନ୍ଦ୍ର ଦାସ, ମାଗୁ ସ୍ବାଇଁ, ରଙ୍ଗାଧର ମହାପାତ୍ର, ସୁଧାକର ବିଶ୍ବାଳ, ଅକ୍ଷୟ ଖଣ୍ଡୁଆଳ ସମେତ ଶତାଧୂକ ଅତିଥି ଯୋଗଦେଇ ପଖାଳ ଓଡ଼ିଆଙ୍କର ପ୍ରମୁଖ ଖାଦ୍ୟ ଓ ଓଡ଼ିଆଙ୍କ ମହାପୁରୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ଗରିବ ଖଟିଖିଆ ପର୍ଯ୍ୟନ୍ତ ସମଗ୍ର ଓଡ଼ିଆ ଜାତିର ପ୍ରମୁଖ ଖାଦ୍ୟ ଭାବରେ ପଖାଳ ହାଣ୍ଡିଶାଳରେ ବିଦ୍ୟମାନ ବୋଲି ମାତବ୍ୟକୁ କରିଥିଲେ । ସର୍ବଶେଷରେ ସମସ୍ତ ଅତିଥ୍‌ଙ୍କ ସମେତ ଏକଘରିଆ ଗ୍ରାମର ଆବାଳବୃଦ୍ଧବନିତା ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ଉପଭୋଗ କରିଥିଲେ ।
Article Image
Article Image
Article Image
9