ଏରସମା, 21/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଦର୍ଶକ ବନ୍ଧୁ ଆଜି ହେଉଛି ବିଶ୍ଵ ପଖାଳ ଦିବସ। କୋଟି ଓଡ଼ିଆର ମଉଡ ମଣି,କୋଟି କୈବଲ୍ୟ ନାଥ ,ଓଡିଆ ଜାତିର ଆରାଧ୍ୟ ଦେବତା,ବିଶ୍ୱ କରତା ମହାପ୍ରଭୁ ଶ୍ରଜଗନ୍ନାଥ ମଧ୍ୟ ପଖାଳ ଖାଇବାକୁ ଭଲ ପାଆନ୍ତି।ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ତିନି ଥର ପଖାଳ ଭୋଗ ଲାଗି ହୁଏ। ଆମେ ଓଡ଼ିଆ ଆମ ପଖାଳ କଂସା ଭାରି ବଢିଆ।
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ସ୍ଥିତ ଜଗନ୍ନାଥ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଅଛି।ଓବିସି ମୋର୍ଚ୍ଚା ଉପ ସଭାପତି ନୃସିଂହ ସାହୁଙ୍କ ତତ୍ଵାବଧାନରେ ଆୟୋଜିତ ଉକ୍ତ ଦିବସରେ ଭାରତୀୟ ଜନତା ପାର୍ଟିର ଜଗତସିଂହପୁର ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ଵାଇଁ,ପ୍ରଶାନ୍ତ ସ୍ଵାଇଁ, ଏରସମା ବିଜେପି ନେତା ଶିବ ବ୍ରତ ଦାସ ,ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଉମାକାନ୍ତ ପରିଡା,ତପନ ବେହେରା,ଆଇନଜୀବୀ ଅକ୍ଷୟ ସ୍ୱାଇଁ,ନାରୀନେତ୍ରୀ ନିରୁପମା ସ୍ବାଇଁ ଙ୍କ ବ୍ୟତୀତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।ଆଜି ସକାଳୁ ଦହି ପଖାଳ ସହିତ,ମାଛ ଭଜା,ଚିଙ୍ଗୁଡ଼ି ଛେଚା, ଶାଗ ଭଜା,ଭେଣ୍ଡି ମସଲା,ପୋଇ ଚିଙ୍ଗୁଡ଼ି ସନ୍ତୁଳା, କାକୁଡି ଟମାଟୋଗାଜର ସାଲାଡ଼ , ଚିପ୍ସ ସହିତ ଉପସ୍ଥିତ ଅତିଥ୍ ମାନଙ୍କୁ ପାରମ୍ପରିକ ପଖାଳ ପରସା ଯାଇଥିଲା ।ପରେ ସମସ୍ତେ ଆନନ୍ଦରେ ପଖାଳ ଖାଇଥିଲେ। ପ୍ରାୟ ୩୦୦ ରୁ ଅଧିକ ଲୋକଙ୍କ ପାଇଁ ପଖାଳ ର ବ୍ୟବସ୍ଥା କରାଯାଇଥିଲା।
