ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଖାଳ ଦିବସ ପାଳନ

ଏରସମା, 21/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
୨୦/୩ ସମ୍ବାଦ ସାହିତ୍ୟଘର ଏରସମାର ପଖାଳ ଦିବସ ଏରସମା ବ୍ଲକର ପଏଦା ପଂଚାୟତର ଡିହସାହି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ସାହିତ୍ୟଘରର ସମ୍ପାଦକ ହୃଷିକେଶ ଜେନା ପଖାଳ ଦିବସ ଉପରେ ପ୍ରାରମ୍ବିକ ସୂଚନା ଦେଇଥିବାବେଳେ ଅତିଥି ଭାବେ ଏରସମା ବ୍ଲକ ବିଜେଡି ସଭାପତି ପିତବାସ ଗଛାୟତ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ସ୍ବାଇଁ , ପ୍ରଦିପ୍ତ କିଶୋର ପରିଡା, ଅଶୋକ କୁମାର ସ୍ବାଇଁ, ଯୁବ ଆଇନଜିବୀ ଅଭିରାମ ଗଛାୟତ, ବିଜେପି ନେତା ନିର୍ଲିପ୍ତ ଜେନା ଯୋଗ ଦେଇ ଓଡିଆ ସଂସ୍କୃତି, ଭାଷା ଏବଂ ଓଡିଆ ଖାଦ୍ୟ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟଘରର ସଦସ୍ୟ ବସନ୍ତ ମଞ୍ଜରୀ ଦାସ, କୈଳାସ ଚନ୍ଦ୍ର ପ୍ରଧାନ, ଅରୁଣ କୁମାର ବେହେରା, ପ୍ରେମ ଚରଣ ରାଉତ, ଯଯାତି କେଶରୀ ସାମନ୍ତରାୟ, ,ମାନସ ରଞ୍ଜନ ସ୍ବାଇଁ , ହେମନ୍ତ କୁମାର ନାୟକ, ପ୍ରଫୁଲ କୁମାର ଦାସ ଏବଂ ଅନେକ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ । ଶିଶୁ ମନ୍ଦିରର ସମସ୍ତ ଗୁରୁଜି ,ଗୁରୁମା ମାନେ ସମସ୍ତ ସହଯୋଗ କରିଥିଲେ । ସଂଯୋଜକ ତୃପ୍ତି ରଞ୍ଜନ ମହାନ୍ତି ଧନ୍ୟବାଦ୍ ପ୍ରଦାନ କରିଥିଲେ ।
Article Image
14