ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ, ଢେଙ୍କାନାଳ ପ୍ରତ୍ୟେକ ଜୋନ୍ ରୁ କର୍ମୀମାନଙ୍କର ଯୋଗଦାନ

ଢେଙ୍କାନାଳ, 21/03/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବିଶ୍ଵ ପଖାଳ ଦିବସ ଜିଲ୍ଲା ସଭାପତି ରମେଶ ପଣ୍ଡାଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି। ଜିଲ୍ଲାର ପ୍ରତ୍ୟେକ ଜୋନ୍ ରୁ କର୍ମୀମାନେ ଯୋଗଦେଇ ପ୍ରଥମେ କାମାକ୍ଷାନଗରରେ ମୃତ କଲେଜ ଛାତ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଆଇନଜୀବୀ ରବୀନ୍ଦ୍ର ମୋହନ ତ୍ରିପାଠୀ ଆଲୋଚନା କରିଥିଲେ। ବିଧାୟକମାନଙ୍କୁ କିଣାବିକା ହେଉ ବା ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉ ସବୁଠାରେ ସରକାର ହିଁ ଉତ୍ତରଦାୟୀ। ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଯୋଗଦେଇ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ଜୋନ୍ ରେ ପ୍ରାର୍ଥୀ ଚୟନ ଓ ନିର୍ବାଚନ ଲଢ଼ିବା ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ। ରାଜ୍ୟ ସୋସିଆଲ ମିଡ଼ିଆ ପ୍ରଭାରୀ ବିଷ୍ଣୁ ପ୍ରସାଦ ପଣ୍ଡା ଯୋଗଦେଇ ସୋସିଆଲ ମିଡିଆର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ସଭା ପରିଚାଳନା କରି ସରକାରଙ୍କର ପିସି, ଲାଞ୍ଚ ମିଛକୁ ଲୁଚାଇବା ଏବଂ ଅପାରଗ ସରକାରଙ୍କ ବିଫଳତା ବିଷୟରେ ସୁଚାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଧ୍ୟକ୍ଷ କବିଜ୍ୟୋତି ନିରଞ୍ଜନ ପତି, ସମ୍ପାଦକ ଅନିଲ ସାମଲ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ଭରତ ସେନାପତି, ସୁନୀଲ ସାହୁ, ନାରୀ ନେତ୍ରୀ ରଞ୍ଜୁବାଳା ନାଏକ, ରାଜନନ୍ଦିନୀ ହୋତା, ଅଞ୍ଜଳି ମହାନ୍ତି, ରୁକ୍ମିଣୀ ଦଳେଇ, ଶେଷଦେବ ବେହେରା, ପରଜଙ୍ଗ ବ୍ଲକ ସଭାପତି ବିଭୂରଞ୍ଜନ ସାହୁ, ସୁଜିତ ନାଏକ, ଅନିଲ ନାୟକ, ଜୟଦେବ ବେହେରା, ପିତାମ୍ବର ସାମନ୍ତରାୟ, ପ୍ରସନ୍ନ ବରାଳ, ସୁଧନ୍ୟ ନାଏକ ପ୍ରମୁଖ ଯୋଗଦେଇ ଆମ ସମସ୍ତଙ୍କର ଗର୍ବ ଓ ଗୌରବ ଆମ ପ୍ରଧାନ ଖାଦ୍ୟ ପଖାଳ ପ୍ରତି ଆମର ନିବିଡତା ଏବଂ ତାର ଉପାଦେୟତା ବିଷୟରେ ମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଜିତ ଦେହୁରୀ, ଜୟନ୍ତ ଦାସ, ମଳୟ ମହାରଣା, ଗତିକୃଷ୍ଣ ମହାପାତ୍ର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ନୂତନ ସଦସ୍ୟ ଗଙ୍ଗାଧର ପୂର୍ତ୍ତି ଆଦିବାସୀ ମୋର୍ଚ୍ଚାର ଦାୟୀତ୍ୱ ନେଇଥିଲେ। ଶେଷରେ ସମସ୍ତେ ଏକାଠି ପଖାଳ ସେବନ କରିଥିଲେ। ଚିନ୍ତାମଣି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Article Image
7