ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରାଉନ ସୁଗାର,ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ ଦୁଇ ଗିରଫ

ଜଗତସିଂହପୁର, 21/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବିରିଡି ଥାନା ଧ୍ୟାନକୁଦ ଅଞ୍ଚଳରେ ସ୍ଥାନୀୟ ପୋଲିସ ର ଚଢ଼ାଉ କରି ୨୦ ଗ୍ରାମ ବ୍ରାଉନ ସୁଗାର ସହ ଚାରିଟି ସୁନା ମୁଦି, ଦୁଇ ସୁନା ଚେନ, 3 ଲକ୍ଷ 20 ହଜାର ଟଙ୍କା ନଗଦ କ୍ୟାସ,ଦୁଇଟି ମୋବାଇଲ ଓ ଗୋଟେ ବାଇକ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ସଢ଼େଇକଣା ଗାଁର ସୁଯ୍ୟ ମାଧବ ବଳବନ୍ତରାୟ ଓ କିଶନ ନଗର ର ମୋହନ କୁମାର ମଲ୍ଲିକ । ଏମାନେ ଧ୍ୟାନକୁଦ ମାଉସୀ ମା ମନ୍ଦିର ନିକଟରେ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ଖବର ପାଇ ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା । ଉଭୟ ଅଭିଯୁକ୍ତଙ୍କ ନାଁ ରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ଏସ୍ପି କହିଛନ୍ତି ।
Article Image
Article Image
5