ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଳ ଅର୍ପଣ ଦିବସ

ଏରସମା, 22/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ପାନୀୟ ଜଳର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ସଂକଳ୍ପ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନାରଦିଆ ଗ୍ରାମ ପଞ୍ଚାୟତ ପରିସରରେ ଆଜି ମହାସମାରୋହରେ ‘ଜଳ ଅର୍ପଣ ଦିବସ’ ’ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ ଜେନା ଭାବେ ଯୋଗଦେଇ ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଆଗାମୀ ପିଢ଼ି ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏରସମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ୧ନଂ ଜୋନ୍ ର ଜିଲ୍ଲାପରିଷଦ ପ୍ରଣବ ସ୍ବାଇଁ , ବିଡିଓ ଶ୍ରୀ ଦାସରଥି ଜେନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଜ୍ୟୋତି ରଂଜନ ଦାଶ, କନିଷ୍ଠ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ପରିଡ଼ା, ତନ୍ମୟ କୁମାର ଦାସ,ସ୍ଥାନୀୟ ସରପଞ୍ଚ ସିମାଇ ଭୋଳ ଏବଂ ସମିତି ସଭ୍ୟ ଶ୍ରୀ ପ୍ରଫୁଲ୍ଲ ପାଳ ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳୁ ଏକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନା ବିଷୟରେ ଅବଗତ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ରିବନ୍ କଟାଯିବା ସହ ‘ଜଳ ଅର୍ପଣ’ ଭଳି ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାନୀୟ ଜଳର ସୁରକ୍ଷା, ସଂରକ୍ଷଣ ଏବଂ ଏହାର ଅପବ୍ୟବହାର ରୋକିବା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ସମୂହ ଶପଥ ଗ୍ରହଣ କରିଥିଲେ। ଶେଷରେ ସରପଞ୍ଚ ଉପସ୍ଥିତ ସମସ୍ତ ଅତିଥି ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Article Image
Article Image
6