କୁଜଙ୍ଗ, 05/02/2025, ଉତ୍କଳ voice news - utkalvoicenews.com
କୁଜଙ୍ଗ ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l
ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲା ଜଂକିଆ ବ୍ଲକରେ ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପ୍ରତି ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିବା ବେଳେ କୁଜଙ୍ଗ ବ୍ଲକରେ ମଧ୍ୟ କୁଜଙ୍ଗ ବ୍ଲକ୍ ପଡ଼ିଆ ଠାରେ ପାରାଦୀପ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି।
ଏହି ଉଦଘାଟନ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନlରlଣୀ ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ଜେନା କୁଜଙ୍ଗ,ବ୍ଲକର ସମସ୍ତ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, କୁଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଶତାଧିକ ସଂଖ୍ୟାରେ ସ୍ଵୟଂସହାୟକ ଗୋଷ୍ଠୀର ମହିଳା, ଏମବିକେ, ସିଆରପି ମାନେ ଯୋଗଦାନ କରିଥିଲେ।