ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ବନାଞ୍ଚଳରୁ ପୁରୀକୁ ଗଲା ରଥ କାଠ

ବୁଗୁଡ଼ା, 22/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ପୁରୀକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରୁ ରଥ କାଠ ପ୍ରେରଣ କରାଗଲା I ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଖରିଡା, ବଡଖୋଲି ଓ ସାନଖୋଲି ଅଞ୍ଚଳରୁ ୧୬ ଜଣ ଧାର୍ମିକ ବ୍ୟକ୍ତି ଉକ୍ତ ୧୬ଟି ବୃହତ ଫାଶି ଗଛ ରଥ ନିର୍ମାଣ ସକାଶେ ଦାନ କରିଥିଲେ I ପୂଜାପାଠ ସମ୍ପାଦନ କଲାପରେ କାଠଗୁଡିକୁ ସମ୍ମାନ ସ୍ଥାନୀୟ ବଡଦାଣ୍ଡସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା I ସେଠାରେ ବାଦ୍ୟ ବାଜଣା ସହ ରଥ କାଠ ଗୁଡିକୁ ପୂଜାର୍ଚ୍ଚନା ପରେ ଟ୍ରକରେ ସେଗୁଡିକୁ ପୁରୀକୁ ପ୍ରେରଣ କରାଯାଇଥିଲା I ଉକ୍ତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଡ.ବିପାଶା ପାରୁଲ୍ , ଏସିଏଫ୍ ପ୍ରଦୀପ କୁମାର ବେହେରା, ବନାଞ୍ଚଳ ଅଧୂକାରୀ ମାନସ କୁମାର ସାହୁ ଓ ସମସ୍ତ ବନ କର୍ମଚାରୀ, ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାଗଣ, ଅଞ୍ଚଳର ବୁଦ୍ଧିଜୀବୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ।
Article Image
7