ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦାମୋଦରଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ଏରସମା, 22/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ତା ୨୧/୩/୨୬ ପୂର୍ବତନ ମନ୍ତ୍ରୀ ଡ଼ା ଦାମୋଦର ରାଉତଙ୍କ ଦ୍ବିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଏରସମା ବ୍ଲକ୍ ଅନ୍ତର୍ଗତ ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ର ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି।ଆୟୋଜିତ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଡା,ରାଉତଙ୍କ ଦୀର୍ଘ ରାଜନୈତିକ ଜୀବନର ବିଭିନ୍ନ ଘଟଣା ବଳୀ ଓ ଏରସମାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଛନ୍ତି। ଗଡ଼କୁଜଙ୍ଗ ପଞ୍ଚାୟତ ବିଜୁଜନତା ଦଳର ସଭାପତି ବିଷ୍ଣୁ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ୩ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ, କୁଞ୍ଜବିହାରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ବେହେରା, ବାମଦେଇପୁରୁ ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ମହାପାତ୍ର,ଯଦୁନାଥ ଖଟୁଆ,ବିଜୟ ଚାନ୍ଦ ନାୟକ,ନିରାକାର ସ୍ଵାଇଁ ,ଚନ୍ଦନ ମଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Article Image
15