ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ମସ୍ ଜିଦରେ ଇଦୁଲ ଫିତର ପାଳିତ

କୁଜଙ୍ଗ / ଚଟୁଆ, 22/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ମସ୍ ଜିଦରେ ଧୁମଧାମରେ ଇଦୁଲ ଫିତର ପର୍ବ ପାଳିତ ହୋଇଛି।ସମସ୍ତ ସାହି ଅଞ୍ଚଳରେ ତୋରଣ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ସକାଳେ ମୁସଲିମ ସମ୍ପ୍ରଦାୟର ଭାଇମାନେ ନବବସ୍ତ୍ର ପରିଧାନ କରି ମସଜିଦରେ ସମୂହ ନମାଜ ପାଠ କରିଥିଲେ।ନମାଜ ପାଠପରେ ସମୂହ ପିତ୍ରୃପୁରୁଷଙ୍କ ସମାଧି ସ୍ଥଳରେ ପହଞ୍ଚି ପ୍ରାର୍ଥନା କରିଥିଲେ।ମସଜିଦ ନିକଟକୁ ଫେରି ମିଠାଖାଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ । ସମସ୍ତ ଗାଡି ଚାଳକ ,ପଥଚାଳକ ମାନଙ୍କୁ ପାନୀୟ ଜଳ ଦାନ କରିଥିଲେ। ହଲିମ୍ ଖାଁ ,ସେଖ୍ ସମିରୁଦ୍ଦିନ୍, ଫକୀର ଖାଁ,ସଲିମ୍ ଖାଁ,ସମୀର ଉଲ୍ଲା ଖାଁ,ସୁଆର ଖାଁ,ଗୁଲାମ୍ ଖାଁ, ରାଜା ଖାଁ,ଫଜୁର ରେହମାନ,ଇସାକ୍ ଉଦ୍ଦିନ୍,ଜମିଲ୍ ଖାଁ ପ୍ରମୁଖ ଗରିବ ଲୋକମାନଙ୍କୁ ଫଳ,ବିସ୍କୁଟ ଓ ନୂଆବସ୍ତ୍ର ବଣ୍ଟନ କରିଥିଲେ।
6