ଗଡ଼କୁଜଙ୍ଗ, 22/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଗଡ଼କୁଜଙ୍ଗ କୁଞ୍ଜବିହାରୀ ଟ୍ରଷ୍ଟ ଆନୁକୂଲ୍ୟରେ କୁଞ୍ଜ ବିହାରୀ ମନ୍ଦିରର ପରିଚାଳକ ପୂର୍ବତନ ସରପଞ୍ଚ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରାଜନ୍ ବେହେରାଙ୍କ ତତ୍ତ୍ଵାବଧାନରେ ବର୍ଷୀୟାନ ରାଜନେତା ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଏରସମା "ଶ୍ରୀ" ସ୍ୱର୍ଗତଃ ଡକ୍ଟର ଦାମୋଦର ରାଉତ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ସ୍ଥିତ ପ୍ରଭୁ କୁଞ୍ଜବିହାରୀ ମନ୍ଦିର ସୁଭଦ୍ରା କ୍ଷେତ୍ର ପ୍ରାଙ୍ଗଣରେ ପାଳନ କରାଯାଇଅଛି। ଡକ୍ଟର ରାଉତଙ୍କ ସହିତ ପ୍ରତି ମୁହୂର୍ତ୍ତରେ ତାଙ୍କ ସହ ରାଜନୈତିକ ଠାରୁ ସାଂସ୍କୃତିକ କାର୍ଯ୍ୟ ପର୍ଯ୍ୟନ୍ତ ବୀତେଇଥିବା ଏରସମା ଅଞ୍ଚଳର ଜଣେ ମୂରବୀ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପ୍ରଧାନ ଉକ୍ତ ସଭାର ସଭାପତିତ୍ବ କରିଥିଲେ।ତାଙ୍କର ଅବଦାନ ପାଇଁ ଗଡ଼ କୁଜଙ୍ଗ ବାସୀଙ୍କ ପାଖରେ ଆଜି ଚିରସ୍ମରଣୀୟ ହୋଇ ରହିଯାଇଛନ୍ତି।ସିଧାକଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଡକ୍ଟର ରାଉତ। ବିଧାନସଭାରେ ଜଣେ ଉଚ୍ଚକୋଟୀର ବକ୍ତା ଥିଲେ।ଦାମୋଦର ରାଉତ ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲାରେ ଭୂର୍ତ୍ତିଭୂମି ସଜାଡିବାରେ ଥିଲା ମୁଖ୍ୟ ଭୂମିକା।ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୩୩% ସଂରକ୍ଷଣରେ ଥିଲା ବଡ଼ ଭୂମିକା।ଅବକାରୀ ବିଭାଗ,କୃଷି, ମହିଳା ଓ ଶିଶୁ ବିକାଶ,ସୂଚନା ଓ ଲୋକସଂପର୍କ ବିଭାଗ,ରାଜ୍ୟରେ ପଞ୍ଚାୟତିରାଜ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ।ବିଭିନ୍ନ ମନ୍ତ୍ରିମଣ୍ଡଳରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ଵରେ ଥିଲେ। ସଭାରେ ଉପସ୍ଥିତି ଥିଲେ ଏରସମା ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପିତବାସ ଗୋଚ୍ଛାୟତ,ଚଟୁଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି,ପୂର୍ବତନ ସମିତି ସଭ୍ୟ ନକୁଳ ନାୟକ,ବାମଦେଇପୁରୁ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ହରିହର ଲିଙ୍ଗରାଜ ମହାନ୍ତି ବାମଦେଇପୁରୁ ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ମହାପାତ୍ର,ବିଜୟ ଚାନ୍ଦ ନାୟକ,ବିଜେପି ନେତା ନିରାକାର ସ୍ଵାଇଁ ,ଚନ୍ଦନ ମଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

