ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଞ୍ଜ କୋଠିରେ ବିଜେପିର ମିଶ୍ରଣ ପର୍ବ

ବାଲିତୁଠ, 23/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ୍ ଅନ୍ତର୍ଗତ କୁଞ୍ଜ କୋଠି ପଞ୍ଚାୟତରେ, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଖୁରାଣ୍ଟତୁଠ ମେଡିକାଲ ପଡିଆ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ,ଏରସମା ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ ସଭାପତିତ୍ବ କରିଥିଲେ।କାର୍ଯ୍ୟ କ୍ରମରେ ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପଞ୍ଚାୟତ ସ୍ତରୀୟ ନେତୃ ମଣ୍ଡଳୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏରସମା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବିଶ୍ଵନାଥ ପ୍ରତାପ, କୁଞ୍ଜ କୋଠି ପଞ୍ଚାୟତ ପ୍ରଭାରୀ ମନ୍ମଥ ଦାଶ,ଏରସମା ମଣ୍ଡଳ ସମ୍ପାଦକ ନେତ୍ରାନନ୍ଦ ବେହେରା,ନିର୍ବାଚନ ସ୍ବାଇଁ,ବିଜ୍ଞାନ ଚରଣ ରାଉତ,ଜ୍ଞାନରଞ୍ଜନ ପରିଡା, ପ୍ରମୋଦ ବେହେରା,ପି ଆର୍ ପାର୍ଥସାରଥୀ ଓ ପ୍ରମୋଦ କୁମାର ରାଉତ ପ୍ରମୁଖ ନେତ୍ରୃମଣ୍ଡଳୀ ମାନେ ଯୋଗଦେଇ ଥିଲେ।ଏହି ଅବସରରେ କୁଞ୍ଜ କୋଠି ପଞ୍ଚାୟତର ବିଭିନ୍ନ ୱାର୍ଡର ୱାର୍ଡ ସଭ୍ୟ ସୋମନାଥ ସାମଲ,ସୁରେଶ ସାହୁ,ପ୍ରବିର ରାଉତ,ଦେବେନ୍ଦ୍ର ସ୍ଵାଇଁ ଓ କୀର୍ତ୍ତନ କୁମାର ରାଉତ ତାଙ୍କ ସମର୍ଥକ ମାନଙ୍କ ସହିତ,ମିଶ୍ରଣ ପର୍ବରେ ଯୋଗଦେଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ମୂଖ୍ୟ ଅତିଥି ଶ୍ରୀ ଜେନା ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ଵାଗତ କରିଥିଲେ।ବାଲିକୁଦା ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନବାଗତ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Article Image
7