ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ରେ ବିକଶିତ ଗାଁ ବିକଶିତ ଓଡିଶା ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା, 05/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
Article Image
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ ଏଲଇଡି ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ , କ୍ଷୁଦ୍ର ପର୍ଯ୍ଯଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ , ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୂଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ବୟନ ଏବଂ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ଯ ସଡକ ସଂଯୋଗୀକରଣ ଆଦି ବିଷୟରେ ଆଲୋକପାତ କରାଯାଇଥିଲା। ଏଥି ସହ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟବରାଦରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେବା ନେଇ ସୂଚନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ଦୂତିକୃଷ୍ଣ ପାତ୍ର, ସହ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ଅଞ୍ଚଳର ଅନେକ ଜନପ୍ରତିନିଧି ଏବଂ ମହିଳା ଉପସ୍ଥିତ ରହିଥିଲେ।
1