ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହରିଶପୁର ଯାଦବ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଏରସମା, 23/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକର ବୋରିକିନା ନିକଟସ୍ଥ ପାଳଧୁଆବନ୍ଧ ଅବଧୂତ ଗାଦିବ୍ରହ୍ମଙ୍କ ପୀଠରେ ହରିଶପୁର ଯାଦବ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ବାଇଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ସୁଶାନ୍ତ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାହିଁ କେଉଁ କାଳରୁ ଗୋପାଳ ସମ୍ପ୍ରଦାୟର ଏହି ପ୍ରଥା, ଏହି ଅଳକା କ୍ଷେତ୍ର ଠାରେ ଅନୁଷ୍ଠିତ ହୋଇଆସୁଛି । ଏହି ଐତିହ୍ୟ ସାଂସ୍କୃତିକ ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ସେ ସମସ୍ତ ଗୋପାଳ ଭାଇ ମାନଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ବାଲିକୁଦା ବ୍ଲକ ଯାଦବ ମହାସଭାର କର୍ମକର୍ତ୍ତା ମାନେ ଯୋଗଦେବା ସହିତ ହରିଶପୁର ଅଞ୍ଚଳର ୧୨ ଗୋଠ, ବରଗୁଡ଼ିପଡ଼ା, ରାମତୋଳ, ଓରଡାଙ୍ଗ, ଦରଡ଼ା, ଓଳାଶ, ରାହାଣ, କୋରଛନ୍ଦା, ବରହୁରା, ବରବେଦା, ପ୍ରଧାନଡିଆ, କାହାଳିଆ, ଜଅଁରା ପ୍ରଭୁତି ଗୋଠର ଗୋପାଳ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବର୍ଷକୁ ଥରେ ଏହି ସ୍ଥାନରେ ସମସ୍ତ ଗୋପାଳ ଭାଇ ମାନଙ୍କ ମିଳନ ଏବଂ ଗୋପାଳ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ୍ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ମହନ୍ତ ବିଷ୍ଣୁ ଚରଣ ଦାସ, ସନ୍ତୋଷ କୁମାର ଦାସ,ସଭାପତି ଅଜୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ଦାସ, ବାଇଧର ପ୍ରଧାନ, ବୈରାଗୀ ଚରଣ ବେହେରା, ରବୀନ୍ଦ୍ର ଦାସ, ବାବାଜୀ ଚରଣ ଦାସ, ଝାଟୁ ଦାସ, ପ୍ରତାପ କୁମାର ଦାସ, ଉପସଭାପତି ନିରଞ୍ଜନ ଦାସ, ତ୍ରିଲୋଚନ ଦାସ, ସମ୍ପାଦକ ସୁଶାନ୍ତ କୁମାର ଦାସ, ସହ ସମ୍ପାଦକ ପଦ୍ମନାଭ ଦାସ, ଜାପାନୀ ଦାସ, କୋଷାଧ୍ୟକ୍ଷ ସୁବୋଧ କୁମାର ଦାସ, ଅରବିନ୍ଦ ଦାସ, ଶମ୍ଭୁ ଦାସ, ବେନୁ ଦାସ, ବ୍ରହ୍ମାନନ୍ଦ ଦାସ, ମାୟାଧର ଦାସ, କ୍ଷେତ୍ରମୋହନ ଦାସ, କୃଷ୍ଣଚନ୍ଦ୍ର ବେହେରା, ଅମୂଲ୍ୟ ଦାସ, ହାଡିବନ୍ଧୁ ଦାସ, ବିଭୂତି ଭୂଷଣ ଦାସ ପ୍ରମୁଖଙ୍କ ସହିତ ହରିଶପୁର ର ବିଭିନ୍ନ ଗୋଠର ଗୋପାଳ ଭାଇ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ହରିଶପୁର ଯାଦବ ସମିତିର ଗୋପାଳ ଭାଇ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତି ତ୍ରୈମାସିକ ବୈଠକ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ଶେଷରେ ସମ୍ପାଦକ ସୁଶାନ୍ତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।
Article Image
6