ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୮ ଗୋଟି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ।

ବୁଗୁଡ଼ା, 23/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗାଁ କୁ ବିକଶିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ବେଳେ ବିକଶିତ ଗାଁ ବିକଶିତ ଓଡିଶା ମାଧ୍ୟମରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡିଆବରୋଦା ପଞ୍ଚାୟତର ୮ ଗୋଟି କାର୍ଯ୍ଯ ପାଇଁ ୨୪ ଲକ୍ଷ୍ୟ ଟଙ୍କା ମଜୁରୀ ହୋଇଥିବା ବେଳେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗୌଡିଆବରୋଦା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁନ୍ଦରୀ ମହାରଥାଙ୍କ ତତ୍ତ୍ଵାବଧାନରେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଜନସାଧାରଣ ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୮ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପଞ୍ଚାୟତ ଗୃହରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ପଞ୍ଚାୟତର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ଅଭିଯୋଗ ଗ୍ରହଣ କରି ତୁରନ୍ତ ସମାଧାନ କରିବା ପାଇଁ ସରପଞ୍ଚ ଶ୍ରୀମତୀ ସୁନ୍ଦରୀ ମହାରଥା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଧୋବା ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ। ଏହି ବୈଠକରେ ସରପଞ୍ଚ ପ୍ରତିନିଧି ପ୍ରକାଶ ମହାରଥା ,ଆଇନଜୀବୀ ନଟବର ଜେନା, ହରପ୍ରସାଦ ସାହୁ, ଗୌରହରି ପ୍ରଧାନ, ସନ୍ତୋଷ ଭୋଳ ସମେତ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ।
Article Image
16