ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ରେ ଥିବା ମହିମା ଅଲେଖ ମଠରେ ଆନନ୍ଦ ବଜାର ଭୋଗ ମଣ୍ଡପ ଉଦଘାଟିତ l

ପାରାଦୀପ ଗଡ , 23/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା: ୨୨. ୦୩.୨୦୨୬ ରିଖ: ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ପଞ୍ଚାୟତ ର ପାରାଦୀପ ଗଡ ଗ୍ରାମ ରେ ଥିବା ପୁରାତନ ମହିମା ଅଲେଖ ମଠ ରେ ଏକ ଆନନ୍ଦ ବଜାର ଭୋଗ ମଣ୍ଡପ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିଲା l ଉକ୍ତ ମଠର ଅନ୍ତେବାସୀ ମାନେ ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କୁ ଏ ବିଷୟରେ ଜଣାଇବା ପରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ତୁରନ୍ତ ଏହାର ନିର୍ମାଣ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥିଲେ l ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ଆଜି ବିଧିବଦ୍ଧ ଭାବେ ଏହାର ଉଦ୍ଘାଟନ କରାଯାଇଅଛି l ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ l ଫଳରେ ମହିମା ଅଲେଖ ମଠ ର ଅନ୍ତେବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଲେଖ ମହାରଥା, ରମେଶ ଚନ୍ଦ୍ର ବେହେରା, ଯଯାତି ସାମନ୍ତରାୟ, ସତ୍ୟାନନ୍ଦ ରାଉତ, ପଦନ ମଙ୍ଗରାଜ, ଆଦିକନ୍ଦ ମଙ୍ଗରାଜ, ପ୍ରହଲ୍ଲାଦ ମଙ୍ଗରାଜ, ଶୁଭସ୍ମିତା ମଙ୍ଗରାଜ, ହୃଷୀକେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l
Article Image
Article Image
Article Image
Article Image
5