ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାମନବମୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବୁଗୁଡ଼ା, 23/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆସନ୍ତା ୨୭ ରିଖ ଦିନ ହେବାକୁ ଥିବା ପବିତ୍ର ରାମନବମୀ ଉପଲକ୍ଷେ ବୁଗୁଡ଼ା ସହରରେ ଏକ ବିଶାଳ ବାଇକ ରାଲି ଆୟୋଜନ ନେଇ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ସ୍ଥିତ ଡାକ ବଙ୍ଗଳା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଲିର ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶ୍ରୀରାମଙ୍କ ଜନ୍ମୋତ୍ସବକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିବା ସହିତ ସମାଜରେ ଭାଇଚାରା, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରିବା ଏହି ରାଲିର ମୂଳ ଲକ୍ଷ୍ୟ ବୋଲି ବୈଠକରେ ମତପ୍ରକାଶ ପାଇଛି।ମନ୍ତ୍ରୀଙ୍କ ପ୍ରତିନିଧିତ୍ୱରେ ଆୟୋଜିତ ଏହି ବୈଠକରେ ପୋଲସରା ମଣ୍ଡଳ ସଭାପତି ଓ ପ୍ରଭାରୀ, ବୁଗୁଡ଼ା ନଗର ସଭାପତି ଓ ପ୍ରଭାରୀଙ୍କ ସମେତ ବିଜେପିର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଯୁବମୋର୍ଚ୍ଚାର ସଭାପତିମାନେ ଯୋଗ ଦେଇଥିଲେ।ରାଲିକୁ ସଫଳ କରିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
Article Image
6