ଏରସମା, 05/02/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୧୬ ତମ ବାର୍ଷିକ ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି l ବାଲିତୁଠ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଲିଳ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିକ୍ଷକ ସନ୍ତୋଷ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।

ଶିକ୍ଷାବିତ ସନ୍ତୋଷ ଆଚାର୍ଯ୍ୟଙ୍କ ସଭାପତିତ୍ବ କରିଥିଲେ, ସ୍ୱ।ଗତ ଭାଷଣ ଦେଇଥିଲେ ସଂପାଦକ ବିଜୟ କୁମାର ମହାନ୍ତି । ଅନୁଷ୍ଠିତ ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସରସ୍ବତୀ ଶିଶୁ ମନ୍ଦିର ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆଗ୍ରଗାମୀ ଭୂମିକା ଗ୍ରହଣ କରିଛି l ସେଠାରେ ଛାତ୍ର ଛାତ୍ରୀଙ୍କୁ ଦିଆଯାଉଥିବା ନୈତିକ ଶିକ୍ଷା ସମାଜ ବଳାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l ଏଥିରେ ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚାଳକ ରବିନ୍ଦ୍ର ନାଥ ମିଶ୍ର ସମ୍ମାନୀତ ଅତିଥିଭାବେ ଜିନ୍ଦଲ କମ୍ପାନୀର ଉପାଧ୍ୟକ୍ଷ ଧନଞ୍ଜୟ କୁମାର ସେହ୍ନା, ବିଦ୍ୟାଳୟ ଶ୍ରଷ୍ଠା ତଥା ବର୍ତ୍ତମାନର ସଂକୁଳ ପ୍ରମୁଖ ଗୈlରାଙ୍ଗ ଚରଣ ସ୍ୱାଇଁ,ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ଦାସ, ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବିଦ୍ୟାଳୟ ସଂପାଦକ ବିଜୟ ମହାନ୍ତି, ଡ଼ ତାମିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ଦେଇଥିଲେ। lଗୁରୁଜୀ ଗୁରୁମା ବୃନ୍ଦ ପ୍ରଭାବତୀ,ଶ୍ରମୀଷ୍ଠା,ସିମିଲା, ସ୍ମୃତି, ଚିନ୍ମୟୀ,ଲିନୁ, ପ୍ରିୟଙ୍କା, ତନୁଜା ପ୍ରମୁଖ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୬୦ ଜଣ କୁନି କୁନି ଶିଶୁ ଭାଇଭଉଣୀଙ୍କ ଦ୍ୱାରା ସଫଳ ରୂପାୟନ ହୋଇଥିଲା ।ପିତେଇ ଦେଇ ପୁରସ୍କାର ଶ୍ରେଷ୍ଠ କୃତି ଛାତ୍ରୀ ସୁଶ୍ରୀ ସଂଗୀତା ଦାସ ୫ମ ଶ୍ରେଣୀଙ୍କୁ ମୁଖ୍ୟ ବକ୍ତା ରବିନ୍ଦ୍ର ନାଥ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ।
