କୁଜଙ୍ଗ , 24/03/2026, ଉତ୍କଳ voice news - utkalvoicenews.com( ଓ଼ମଂ ଦାସ ଙ୍କ ରିପୋର୍ଟ ) :
କୁଜଙ୍ଗ ରେ ଜିଲ୍ଲା ସ୍ତରୀୟ ଲାଇବ୍ରେରି ପାଇଁ ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ଙ୍କ ଦାବି ! କୁଜଙ୍ଗ ର ଛାତ୍ରଛାତ୍ରୀ ମାନଙ୍କ ର ପ୍ରମୁଖ ସମସ୍ୟା ହେଉଛି ଏକ ସାର୍ବଜାନୀନ ଲାଇବ୍ରେରି ନଥିବା ରୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନିଯୁକ୍ତି ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୁଅନ୍ତି। ଏଣୁ ଆଜି ଛାତ୍ରନେତା ସତ୍ୟ ପ୍ରକାଶ ମହାନ୍ତି ଙ୍କ ନେତୃତ୍ଵ ରେ ଜିଲ୍ଲା ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଜିଲ୍ଲପାଳଙ୍କୁ ଭେଟି ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି, ସତ୍ୟ ରଞ୍ଜନ ନାଥ ଙ୍କ ନେତୃତ୍ବରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଓ କୁଜଙ୍ଗ ର ପୁରୁଣା ତହସିଲ୍ ଗୃହ କୁ ଜିଲ୍ଲା ସ୍ତରୀୟ ଲାଇବ୍ରେରି ରେ ରୂପାନ୍ତରିତ କରିବା ପାଇଁ ଦାବି କରାଯାଇଛି। ଛାତ୍ର ନେତା ଙ୍କ ଏହି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ସମର୍ଥନ ଓ ସାଧୁବାଦ୍ ଜ୍ଞାପନ କରିଛନ୍ତି।।