ପାରାଦ୍ୱୀପ, 24/03/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ ରୁ ରଶ୍ମି ରଞ୍ଜନ ଦାସଙ୍କ ରିପୋର୍ଟ )

ଦର୍ଶକ ବନ୍ଧୁ ଗତ ଶନିବାର ଦିନ କନକ ଟିଭି ଚ୍ୟାନେଲରେ ସମସ୍ତେ ଅଳ୍ପ ବହୁତ ଖବର ଟିଏ ଦେଖିଥିବେ | ପାରାଦୀପ ନେହେରୁବଙ୍ଗଳା ପଥର ବନ୍ଧ ନିକଟରେ ସମୁଦ୍ର ପାଣିରେ ଭାସି ଭାସି ଆସିଥିବା ଏକ ଜଗନ୍ନାଥଙ୍କ ବିଗ୍ରହ ଉଦ୍ଧାର କରାଯାଇଥିଲା | ବିଗ୍ରହର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ମଧ୍ଯ ହୋଇଥିଲା | ଏହି ଖବରକୁ ପାରାଦୀପର ଜଣେ ଜଣାଶୁଣା ସାମ୍ବାଦିକ ରଶ୍ମି ରଞ୍ଜନ ରାଉତରାୟ ଓରଫ (ବାପି) କ୍ଷିପ୍ର ଗତିରେ ନିଜ ଟିଭି ଚ୍ୟାନେଲରେ ଅତି ଭାବ ବିହ୍ଵଳ ଭାବରେ ଖବର ପରିବେଷଣ କରିଥିଲେ | ଆଉ ଶେଷରେ ଏହି ଖବରକୁ ଗୁରୁତ୍ଵ ଦେଇ ଯୋଗଗୁରୁ ପ୍ରଭୁ ଜଗନ୍ନାଥଙ୍କର ବିଗ୍ରହକୁ ପୁରୀ ବାଡଗ୍ରାହିଙ୍କ ପାଖକୁ ମହାପ୍ରଭୁଙ୍କ ବନକଲାଗି ଓ ସେବା ନିମନ୍ତେ ପ୍ରେରଣ କରିଥିଲେ | ଏହି ଘଟଣାକୁ ମାତ୍ର ଗୋଟିଏ ଦିନ ପୁରିଥିବା ବେଳେ ଆଜି ଖବର ପ୍ରସାରଣ କରିଥିବା ସାମ୍ବାଦିକ ରଶ୍ମି ରଞ୍ଜନ ରାଉତରାୟଙ୍କର ଅକାଳ ବିୟୋଗ ଘଟିଛି | ଖବର ସଂଗ୍ରହ କରି ନିଜ ଘରକୁ ଫେରୁଥିବା ବେଳେ ପାରାଦୀପ ପୋର୍ଟ ସ୍କୁଲ ପାଖରେ ଦୁର୍ଘଟଣାର ଶିକାର ହୋଇଥିଲେ | ତାଙ୍କୁ ପ୍ରଥମେ ପୋର୍ଟ ମେଡିକାଲ, ପରେ ପିପଳ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା | ଅବସ୍ତା ଗୁରୁତର ହେବାରୁ ତାଙ୍କୁ କଟକ ଅଣାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହି ଖବର ଏବେ ସମସ୍ତଙ୍କୁ ବ୍ୟଥିତ କରିଛି | ରଶ୍ମି ରଞ୍ଜନ 1981 ମସିହା ଜୁନ 14 ତାରିଖରେ ଜନ୍ମ ଗ୍ରହଣ କରିଥିବା ବେଳେ ନିଜ ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଧାନ ପଟକିରା ହେଲେ ମଧ୍ଯ ସେ ନିଜ ପରିବାର ସହ ପାରାଦୀପର ଭଞ୍ଜ କଲୋନୀରେ ରହୁଥିଲେ ଓ ସୁରେନ୍ଦ୍ର ରାଉତରାୟ ଓ କିରଣ ବାଳା ଙ୍କ ଜ୍ଯେଷ୍ଠ ପୁତ୍ର ହୋଇ ଘରର ବଡ ପୁଅ ହିସାବରେ ବାପାଙ୍କ ଦେହାନ୍ତ ପରେ ପରିବାର ସମ୍ଭାଳିଥିଲେ | ଏହିଠାରେ ଜନ୍ମ ଗ୍ରହଣ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରଶ୍ମି | ଏଇଠି ପାଠ ପଢା, ଏଇଠି ଧୂଳି ଖେଳ | ଆଉ ଶେଷରେ ଏହି ପାରାଦୀପରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି | ବିଧିର ବିଧାନ ଆଉ ସୃଷ୍ଟିର ନିଷ୍ଠୁର ସତ୍ଯକୁ ବିଶ୍ବାସ କରି ହେଉ ନଥିଲେ ମଧ୍ଯ ସମସ୍ତେ ସ୍ୱୀକାର କରିବାକୁ ବାଧ୍ୟ | ରଶ୍ମି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ କେବେ ମଧ୍ଯ ହେଳା କରନ୍ତି ନାହିଁ | ସବୁବେଳେ ତତ୍ପର ଆଉ ସବୁବେଳେ ଚଞ୍ଚଳ | ପ୍ରତିଟି ଖବର ବ୍ରେକିଂ କରିବାରେ ସେ ଥିଲେ ବେଶ ସିଦ୍ଧହସ୍ତ | ସାହସ ଆଉ ନିର୍ଭୀକତା ତାଙ୍କ ସାମ୍ବାଦିକ ଜୀବନର ଏକ ଅଂଶ ବିଶେଷ।ଖାଲି ସାମ୍ୱାଦିକ ନଥିଲେ, ସେ ପୂର୍ବରୁ ଏକ ଉତ୍କଳ ଫାଉଣ୍ଡେସନ ରେ କର୍ମକର୍ତ୍ତା ଭାବରେ ସମାଜ ସେବା କରିଥିଲେ।

ଜନ୍ମ ଅଛି ମାନେ ମୃତ୍ୟୁ ତ ନିଶ୍ଚିତ।କିନ୍ତୁ ଏତେ କମ ବୟସରେ ସଂସାର ରୁ ଚାଲିଯିବା ଟା ସେ ପରିବାର ପାଇଁ କେତେ ଯେ କଷ୍ଟ ସେ କଥା.........। ଆଜି ମାଳିକାର କଥା ସତ ହେଉଛି," ବାଛି ନେବ କଞ୍ଚା ରଖିବା ପାଚିଲା"।ଭଲ ଲୋକଙ୍କୁ ଭଗବାନ ବହୁତ ଶୀଘ୍ର ନିଜ ପାଖକୁ ନେଇଯାଆନ୍ତି।ଭାଗ୍ୟର ବିଡମ୍ବନା ଗତବର୍ଷ ଏପ୍ରିଲ ମାସରେ ସେ ତାଙ୍କର ଭଉଣୀ ଙ୍କୁ ନିଜ ବାଇକ ରେ ନେଇ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ତାଙ୍କ ଭଉଣୀ ଆଖି ବୁଝିଥିଲେ।ସେହି ଦୁଃଖ ପରିବାର ଲୋକେ ଏଯାଏ ବି ସମ୍ଭାଳି ପାରି ନାହାନ୍ତି, ଭଉଣୀ ଯିବାର ବର୍ଷେ ବି ପୁରିନି ଆଜି ସେଇ ପୁଣି ଦୁର୍ଘଟଣା ରଶ୍ମି କୁ ଛଡାଇ ନେଲା।ତେବେ ରଶ୍ମି ଆଜି ପାରାଦୀପ ବାସୀଙ୍କ ଗହଣରେ ନାହାନ୍ତି ସତ ହେଲେ ତାଙ୍କର ସେହି ସ୍ମିତ ହସ ଏବଂ କାମ ପ୍ରତି ଥିବା ଚେଷ୍ଟା ସବୁବେଳେ ମନେ ରହିବ।ରଶ୍ମି ଙ୍କ ମର ଶରୀରକୁ ପାରାଦୀପ କୁ ଅଣାଯାଇଥିଲା।ତାଙ୍କର ୪ ବର୍ଷର ଏକମାତ୍ର ଝିଅ ରହିଛି।ତାଙ୍କ ଅକାଳ ବିୟୋଗ ରେ ସାରା ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ସବୁ ସାମ୍ବାଦିକ ମହଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଭଗବାନ ବାପି ର ଆତ୍ମାକୁ ଶାନ୍ତି ଦିୟନ୍ତୁ। ଏ ଦୁଃଖଦ ପରିସ୍ଥିତିରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ଓ ସାହାସ ଦିୟନ୍ତୁ।