ପାରାଦ୍ୱୀପ, 24/03/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ତା ୨୩. ୦୩. ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଦିବା ରାତ୍ର ଯାଞ୍ଚ କରି ଅମାନିଆ ଗାଡ଼ି ଚାଳକ ଙ୍କୁ ସାବାଡ଼ କରିବା ପାଇଁ ପାରାଦ୍ୱୀପ ଉପଖଣ୍ଡ ରେ ମୋଟ ଉପରେ ୬୫ ଜଣ ଅମାନିଆ ଗାଡ଼ି ଚାଳକଙ୍କୁ ଅନୁବନ୍ଧିତ ବିଜ୍ଞପ୍ତି ସତ୍ୱେ ଅବମାନନା କରିଥିବାରୁ ଚାଲାଣ କଟାଯାଇଛି । ସେଥିମଧ୍ୟରୁ ବିନା ହେଲମେଟ ରେ ୨୪ ଜଣ , ଦୃତଗତି ଚାଳନାରେ ୨୨ ଜଣ , ମଦ୍ୟପ ଚାଳକ ୫ ଜଣ , ଏବଂ ୨ ଟି ଗାଡି ଅଟକ ରଖାଯାଇଛି ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ ଜାରି ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସୁଚନା ଦେବା ସହ ଜନସାଧାରଣ ସଚେତନ ରହି ଦୁର୍ଘଟଣା କୁ ନିୟନ୍ତ୍ରଣ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଥିରେ ମୋଟର ଯାନ ନିରୀକ୍ଷକ ଶ୍ରୀ ପ୍ରତାପ କୁମାର ବେହେରା ସହିତ କନିଷ୍ଠ ମୋଟରଯାନ ନିରୀକ୍ଷକ ଶ୍ରୀମତୀ ମନୋରମା ମାଝୀ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ମାନେ ଯାଞ୍ଚ ସମୟରେ ସହଯୋଗ କରିଥିଲେ।