ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ମଜଦୂର ସଂଘ ର ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ା, 24/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ବିଭିନ୍ନ ଦାବିକୁ ନେଇ ରାୟଗଡ଼ା ମାଁ କାଳୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ
Article Image
ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଙ୍ଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରେମ କୁମାର ପଟ୍ଟନାୟକ , ଜୟଦେବ ସେଠ , ନିରଞ୍ଜନ ସେନାପତି ଯୋଗ ଦେଇ ରାୟଗଡା ଜିଲ୍ଲାରେ ଠିକା ସଂସ୍ଥା ( Outsourcing ) ଦ୍ଵାରା କାର୍ଯ୍ୟରତ ସେକ୍ୟୁରିଟୀ , ସଫେଇ , ହାଉସ କିପିଙ୍ଗ ଏଟେଣ୍ଡର , ଡାଟା ଏଣ୍ଟ୍ରି , ପ୍ଲାମ୍ବର, କର୍ମଚାରୀ ମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିଲାନାହିଁ । ତେଣୁ ଆଜି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରି ସମାଧାନ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି ତୁରନ୍ତ ଏହାର ସମାଧାନ କରାନଯାଏ ତାହେଲେ ଆସନ୍ତା ଦିନରେ ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଯୋଗେଶ୍ୱର ଦାସ ପ୍ରକାଶ କରିଛନ୍ତି।
Article Image
ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା , ଇପିଏଫ ଏବଂ ଇଏସଆଇ ପ୍ରତ୍ୟେକ ମାସରେ ଜମା କରିବା । ପ୍ରତି ମାସରେ ଠିକ ସମୟରେ ଦରମା ଦେବା । ଦରମା ଦୁଇ ମାସ, ତିନି ମାସ, ଆଉ କିଛି ଚାରି ମାସକୁ ଥରେ ଅଲଗା ଅଲଗା ଦରମା ନଦେଇ ଠିକ୍ ସମୟରେ ଜିଲ୍ଲାରେ ସମସ୍ତଙ୍କୁ ଏକାଥରେ ଦରମା ଦେବା । ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା । ବର୍ଷକୁ ୨ ହଳ ବିନା ମୂଲ୍ୟରେ ୟୁନିଫର୍ମ ପ୍ରଦାନ କରିବା , ପୂର୍ବତନ ଏଜେନ୍ସୀର ବକେୟା ୨ ମାସ ର ଦରମା ପ୍ରଦାନ କରିବା , ସୁଇପର ମାନଙ୍କ ଦରମା ଦେବା ସମୟରେ ଟେକ୍ସ ବାବଦରେ ୧୫୦ ଟଙ୍କା କରିବା ବନ୍ଦ କରାଯାଉ , ବିଶ୍ରାମ ଗୃହ ଯୋଗାଇ ଦେବା । ସୁରକ୍ଷା ପାଇଁ ସ୍ଵାସ୍ଥ୍ୟ ଏବଂ ଜିବନ ବିମା ଯୋଗାଇ ଦେବା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଠିକା ସଂସ୍ଥା ଦ୍ଵାରା କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କସ୍ତୁରୀ ନାୟକ , ସୁରେଶ ଚନ୍ଦ୍ର ସାହୁ , ମାଣିକ ରାଓ ମଣ୍ଡଙ୍ଗି, ଗୋବିନ୍ଦ କଣ୍ଡାଗିରୀ, କାହ୍ନୁ ଲାବଲା, ସୁରୀୟା କାନ୍ତି ବାଗ , ୱଇ କବିତା, ମନୋରଞ୍ଜନ ହିମରିକା , ରବିନ୍ଦ୍ର ମାଝୀ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।
8