କୁଜଙ୍ଗ/ବାଲିତୁଠ , 25/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଦାଦା ଶ୍ୱଶୁର ଘରୁ ଚୋରି କରିବା ମାମଲାରେ ଝିଆରୀ ଜ୍ଵାଇଁଙ୍କ ସହ ଅନ୍ୟ ଜଣେ ସହଯୋଗୀକୁ କୁଜଙ୍ଗ ପୁଲିସ ଗିରଫ କରିବା ସହ କେତେକ ଚୋରି ହୋଇଥିବା ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର କବିନ୍ଦ୍ର ମଲ୍ଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ସମେତ ନଗଦ ୬୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ସମ୍ପର୍କରେ କବିଦ୍ରଙ୍କ ପତ୍ନୀ ଅଞ୍ଜନା ମଲ୍ଲିକ ଗତ ଜାନୁଆରୀ ମାସ ୫ ତାରିଖ ଦିନ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପୁଲିସ ଅଞ୍ଜନା ଓ ଅନ୍ୟାନ୍ୟ ମାଧ୍ୟମରୁ ତଥ୍ୟ ସଂଗ୍ରହ କରିବାରେ ଝିଆରୀ କ୍ୱାଇଁ ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅନ୍ତର୍ଗତ ସୂର୍ଯ୍ୟପୁର ଗାଁର ପ୍ରକାଶ କୁଅଁର(୨୬) ଚୋରିରେ ସଂପୃକ୍ତି ଥିବା ନେଇ ସନ୍ଦେହ କରିଥିଲେ। ଅନ୍ୟ ପକ୍ଷେ ଅଭିଯୁକ୍ତ ମାନେ ଲୁଟ୍ କରିବା ପରେ ସୁନା ଅଳଙ୍କାରକୁ ଏକ ଘରୋଇ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ନେଇଥିଲେ। ସେହି ଟଙ୍କାରେ ସେମାନେ ମଉଜ କରିବାକୁ କଲିକତା ପଳାଇଥିଲେ।
SI ରଶ୍ମିରଂଜନ ସାହୁ ଏହାର ତଦନ୍ତ କରି କେସେ ନମ୍ବର U/s: 305(a)/331(4) BNS ମାମଲା ରୁଜୁକରି ଖବର ପାଇ କୁଜଙ୍ଗ ପୁଲିସ ରାଜ୍ୟ ବାହାରୁ ପ୍ରକାଶକୁ ଆଣି ପଚରା ଉଚରା କରିବାରେ ସେ ଓ ନରେନ୍ଦ୍ରପୁର ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ବିକାଶ ନାୟକ(୩୧) ମିଶି କରି ଚୋରି କରିଥିବା ମାନି ଯାଇଥିଲା। ସେମାନଙ୍କଠାରୁ ପୁଲିସ ୪ଟି ସୁନା ଚୁଡ଼ି,୩ ହଳ କାନ ଫୁଲ,୩ ଟା ମଙ୍ଗଳସୂତ୍ର ସୁନା ଲକେଟ, ୭ଟା ସୁନା ଲକେଟ୍, ୫ଟା ସୁନା ବଲ୍, ସମେତ ୧୫ ଗ୍ରାମ ୧୬୦ ମିଲିଗ୍ରାମ୍ର ସୁନା ବିସ୍କୁଟ ଜବତ କରିଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ କି,ଅଞ୍ଜନା ଏକ ବ୍ୟାଗରେ ସ୍ୱର୍ଣ୍ଣ ଅଳଙ୍କାର ସମେତ ୬୦ ହଜାର ଟଙ୍କା ରଖିଥିଲେ । ସେ ଜାନୁଆରୀ ମାସ ୫ ତାରିଖରେ ଦେଖିଲା ବେଳକୁ ସ୍ୱର୍ଣ୍ଣ ଅଳଙ୍କାର ସମେତ ଟଙ୍କା ଚୋରି ହୋଇଯାଇଛି। ମାତ୍ର ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲେ ଯେ ୨୦୨୫ ମସିହା ଅଗଷ୍ଟ ମାସରେ ଦୁଇ ଅଭିଯୁକ୍ତ ଚୋରି କରିଥିଲେ।