କୁଜଙ୍ଗ , 25/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

କୁଜଙ୍ଗ ବ୍ଲକ ସମ୍ବାଦ ପ୍ରତିନିଧି ଦୁଷ୍ମନ୍ତ ମାଝୀଙ୍କୁ ପ୍ରାତଃ ଭ୍ରମଣ ସମୟରେ ୨ ଜଣ ମାଟି ମାଫିଆ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଘଟଣାରେ ଆହତ ସାମ୍ବାଦିକ ଶ୍ରୀ ଯୁକ୍ତ ମାଝୀ ଦୃବୃତ ମାନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କୁଜଙ୍ଗ ଥାନାରେ କୁଜଙ୍ଗ ଥାନାରେ ୮୭/୨୬ ସଂଖ୍ୟାରେ ମାମଲା ରୁଜୁ ହୋଇଛି। ସେହିପରି ଏହି ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ନାଗରିକ ଆକ୍ରମଣ କାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଦ୍ୟୃବୃଙ୍କ ଆକ୍ରମଣରେ ସେ ମଧ୍ୟ ଆହତ ହୋଇଛନ୍ତି। ଫଳରେ ସେ ପୃଥକ୍ ପୃଥକ୍ ଭାବେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି।
।।
ଘଟଣାରୁ ପ୍ରକାଶ ଯେ କୁଜଙ୍ଗ ସମ୍ବାଦ ପ୍ରତିନିଧି ଦୁଷ୍ମନ୍ତ ମାଝୀ ପ୍ରତିଦିନ ପରି କୁଜଙ୍ଗ ବଳରାମପୁର ଠାରୁ ସାଗର ରୋଡ଼ ଷଣ୍ଢଛକ ପର୍ଯ୍ୟନ୍ତ ନିୟମିତ ଭାବେ ଯାଇଥାନ୍ତି। ଭୋର ପ୍ରାୟ ୫ ସମୟରେ ସେ ଓ ତାଙ୍କ ସହିତ ଅନ୍ୟଜଣେ ଅଶୋକ ସାହୁ ( ବାବାଜୀ) ଯାଇଥିଲେ। ଏହି ସମୟରେ ଷଣ୍ଢଛକ ଦେଇ ୫ଟା ରୁ ଅଧିକ ଟ୍ରାକ୍ଟର ଯୋଗେ ମାଟି ଚାଲାଣ କରୁଛନ୍ତି। ଏହି ସମୟରେ ଶ୍ରୀ ଯୁକ୍ତ ମାଝୀ ନିଜ ମୋବାଇଲ୍ ଫୋନ୍ କ୍ରମେ ସେସବୁ ରେକର୍ଡ କରୁଥିଲେ , ଏଥିରେ ପ୍ରତିକ୍ରିୟା ପରିୟଣ ହୋଇ ୫ ମିନିଟ୍ ମଧ୍ୟରେ ମାଟି ଅନଲୋଡ କରି ସେମାନେ ଆସି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ସେଠାରେ ଗୋପିଆକୁଦ ପଞ୍ଚାୟତର ବାରୁଣୀ କନ୍ଧା ଗ୍ରାମର ପଦିଆ ସାହୁଙ୍କ ପୁତ୍ର ମଳୟ ( ଗୁଉରା ) ଓ ରମେଶ ପ୍ରଧାନ ମୋବାଇଲ୍ ରେ କାହିଁ ରେକର୍ଡ କରୁଥିଲୁ କରି ଅସ୍ରଭ୍ୟ ଗାଳି କରିବା ସହିତ ମୋବାଇଲ୍ କୁ କଚାଡ଼ି ଭାଙ୍ଗି ଦେଇଥିଲେ। ଏଥି ସହିତ ଦୁଇ ଜଣ ଦୁଇଟି କାଠି ସହାୟତାରେ ପିଟିଥିଲେ। ଏହି ସମୟରେ ଅଭିଯୁକ୍ତ ମଳୟ ଓରଫ ଗୁରା ମୁଣ୍ଡକୁ ମାରିଦେବା ଉଦେଶ୍ୟରେ ଏକ ଶକ୍ତ ପ୍ରହାର ଦେବା ସମୟରେ ସେଠିକାର ବୟସ୍କ ମୁରବୀ ଯୋଗେଶ୍ଵର ପଣ୍ଡା ଅଟକାଇବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ଡାହାଣ ହାତ ପାପୁଲିରେ ଆଘାତ ଲାଗିଛି। ଏବଂ ସେ ମଧ୍ୟ ପୃଥକ୍ ଭାବେ ଅଭିଯୋଗ କରିଛି । ମାଡ଼ରେ ସ୍ଥାନରେ ଲୋକେ ସେଠାରେ ପହଞ୍ଚି ଆକ୍ରମଣ କାରୀଙ୍କ ସହ ପ୍ରତିବାଦ କରିଥିଲେ , ଯାହାଫଳରେ ସେ ସେଠୁ ପଳାୟନ କରିଥିଲେ। ଏହି ଘଟଣାରେ କୁଜଙ୍ଗର ୨୦ ରୁ ଅଧିକ ସାମ୍ବାଦିକ ଜିଲ୍ଲାପାଳ ଜେ ସୋନାଲଙ୍କୁ ସାକ୍ଷାତ୍ କରି ତୁରନ୍ତ ମାଟି ମାଫିଆଙ୍କ ଗିରଫ ଦାବି କରିଥିଲେ। ଜିଲ୍ଲାପାଳ ତୁରନ୍ତ ସ୍ଥାନୀୟ ଥାନା ଅଧିକାରୀ ଓ ଖଣି ଅଧିକାରୀଙ୍କୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।