ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କାର୍ଯ୍ୟରେ ଚତୁର୍ଥ ଦିନ।

ଜଗତସିଂହପୁର, 25/03/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୦୦ ଜଣ ଅମାନିଆ ଗାଡ଼ି ଚାଳକ ଙ୍କୁ ସାବାଡ଼ କରିବା ପାଇଁ ଯୋଗଧାରୀ ବସ ଷ୍ଟାଣ୍ଡ, ଜଗତସିଂହପୁର ଟାଉନ, ମଙ୍ଗଳପୁର, ଏବଂ ରଘୁନାଥପୁର ରେ ଅମାନିଆ ଗାଡ଼ି ଚାଳକଙ୍କୁ ଅନୁବନ୍ଧିତ ବିଜ୍ଞପ୍ତି ସତ୍ୱେ ଅବମାନନା କରିଥିବାରୁ ଚାଲାଣ କଟାଯାଇଛି । ସେଥିମଧ୍ୟରୁ ବିନା ହେଲମେଟ ୭୫ ଜଣ, ଦୃତଗତିରେ ଗାଡ଼ି ଚାଳକ ୧୯ ଜଣ ମୋବାଇଲ ଫୋନ ବ୍ୟବହାର ୨ଜଣ ସମ୍ପୃକ୍ତ।ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ ଜାରି ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସୁଚନା ଦେବା ସହ ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ପ୍ରତିକ୍ରିୟା ପ୍ରକାଶ କରି, ଜନସାଧାରଣ ସଚେତନ ରହି ଦୁର୍ଘଟଣା କମାଇବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଥିରେ ମୋଟର ଯାନ ନିରୀକ୍ଷକ ଶ୍ରୀ ପ୍ରତାପ କୁମାର ବେହେରାଙ୍କ ସହିତ କନିଷ୍ଠ ମୋଟରଯାନ ନିରୀକ୍ଷକ ଶ୍ରୀମତୀ ମନୋରମା ମାଝୀ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ମାନେ ଯାଞ୍ଚ ସମୟରେ ସହଯୋଗ କରିଥିଲେ।
Article Image
Article Image
20