ଏରସମା, 25/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ସମାଜସେବୀ ତଥା ଧର୍ମ ପରାୟଣୀ ସୁନ୍ଦରୀ ସ୍ୱାଇଁ (ସାବ ମା ଙ୍କ) ଏକାଦଶାହ ଅବସରରେ,ଏରସମା ବ୍ଲକ୍ କୃଷ୍ଣଚନ୍ଦ୍ରପୁରୁ ପଞ୍ଚାୟତ ଅନ୍ତର୍ଗତ ଓର୍ନାଳ ଗ୍ରାମରେ ମଙ୍ଗଳବାର ଦିନ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି।ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ସ୍ୱାଇଁଙ୍କ ଦୀର୍ଘ ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିବା ସହିତ ସେ' ଜଣେ ସ୍ନେହିଁ, ଓ ସମୟାନୁବର୍ତ୍ତୀ ପରୋପକାରୀ ମଣିଷ ଥିଲେ , ତାଙ୍କର ଗ୍ରାମବାସୀମାନଙ୍କ ସହିତ ଭାଗବତ ପଠନ ଓ କୁନି ପିଲା ମାନଙ୍କୁ ଭଲ ଉପଦେଶ ଦେଉଥିବା ବୋଲି କହିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ। ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତି ଚାରଣ ସଭାରେ ପୁତ୍ର ମହେଶ୍ଵର ସ୍ୱାଇଁ, ରବିନ୍ଦ୍ର ନାଥ ସ୍ୱାଇଁ, ନରେନ୍ଦ୍ର ନାଥ ସ୍ୱାଇଁ,ବାଲିକୁଦା ଏରସମା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ ସ୍ୱାଇଁ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।