ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଗକୁ ଆସୁଛି ଦଣ୍ଡ ଯାତ୍ରା ,ନାଟକ ରିହର୍ସାଲରେ ମସଗୁଲ କଳାକାର

ବୁଗୁଡ଼ା, 25/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଗକୁ ଆସୁଛି ଦଣ୍ଡଯାତ୍ରା । ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରାର ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରୀକାଳୀନ ମଞ୍ଚସ୍ଥ ନାଟକ ପାଇଁ କଳାକାରମାନେ ରିହର୍ସାଲରେ ମସଗୁଲ ରହିଥିବା ଦେଖ‌ିବାକୁ ମିଳିଛି । ଏ ବର୍ଷ ବୁଗୁଡ଼ାରେ ଅନୁସନ୍ଧାନମୂଳକ ସାମାଜିକ ନାଟକ ଆଖିଏ ଲୁହକୁ ଛାତିଏ କୋହ”, ଗୋଲିଆରେ “ତୁ ମୋ ବଜରଙ୍ଗୀ ” , ଭାମଶ୍ୟାଳିରେ “କଟି କଟି ଡବଲ କଟି” , ପାଣିକେଶରରେ ପୌରାଣିକ ନାଟକ “ମହାମାନୀ ଦୁର୍ଯ୍ଯୋଧନ” , ପଙ୍କଳବାଡିରେ “କଟି କଟି ଡବଲ କଟି”, ପୋଚାଲୁଣ୍ଡିର “ଦରିଆ କୂଳର ଦରଦୀ ବନ୍ଧୁ” , ତାଳସାକରରେ କାଳ୍ପନିକ ନାଟକ କାଳିଆ ସାଜିଛି କାଳ ଛଞ୍ଚାଣ” , କାନକୁଟୁରୁରେ ପୌରାଣିକ ନାଟକ “ସତୀ ଲୁହରେ ଜଳୁଛି ଲଙ୍କା” , ଚିଲିଖମାରେ କାଳ୍ପନିକ ନାଟକ “ସୁଖ ସାତପର ଦୁଃଖ ନିଜର ” , ଆଶ୍ରମକରଡ଼ାବାଡ଼ିରେ ସାମାଜିକ ନାଟକ “ବଦନାମ ଗଳିର ବାଦଶାହା” , ଡାକରାବାଡିରେ ” କେତେ ଦୁଃଖ ଦବୁ କହ ଦଇବ” ଓ ବଣପଲ୍ଲୀରେ “ସ୍ବାମୀ ପାଇଁ ପଛେ ନର୍କକୁ ଯିବି” , ମରାଇପଲ୍ଲୀରେ ପୌରାଣିକ ନାଟକ “ମହିରାବଣ ବଧ”, ଚିରିକିପଡାରେ” ସାବତ ମାଆର କୁଟ ଚକ୍ରାନ୍ତ” , ଭାବସରରେ ପୌରାଣିକ ନାଟକ “ବିଜୟୀ ରାଘବ” , ବକ୍ସିପଲ୍ଲୀରେ ସାମାଜିକ ନାଟକ “ହେ ମଣିଷ କାନ୍ଦିବ ଆସ” ଆଦି ନାଟକ ପରିବେଷଣ ହେବାକୁ ଯାଉଥ‌ିବା ନେଇ ବିଭିନ୍ନ ଦଣ୍ଡନାଟ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚର ଧୂଳିଦଣ୍ଡ ସମୟରେ କୌଣସି ଅଶାଳୀନ କିମ୍ବା ଦ୍ବିଅର୍ଥବୋଧକ ଶବ୍ଦର ପ୍ରୟୋଗ ନିଷିଦ୍ଧ ଏବଂ ରାତ୍ର ମଞ୍ଚରେ କେବଳ ପାରମ୍ପରିକ ନୃତ୍ୟ ଅନୁମୋଦିତ ହୋଇଥିବା ବେଳେ ଏଥିରେ ବ୍ଯତିକ୍ରମ ଘଟିଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ସୂଚନାକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଥିବା ଜଣାଯାଇଛି ।
7