ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦାର୍ଦ୍ଦିଆରେ ୪୮ ତମ ବାସନ୍ତୀ ପୂଜା ଧୁମଧାମରେ ପାଳନ

କୁଜଙ୍ଗ / ଦାର୍ଦ୍ଦିଆ ଗ୍ରାମ, 25/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦାର୍ଦ୍ଦିଆ ଗ୍ରାମ ତରଫରୁ ୪୮ ତମ ମା" ବାସନ୍ତୀ ଦୃର୍ଗା ପୂଜା ଧୁମଧାମରେ ପାଳିତ ହୋଇଯାଇଛି ।ତନ୍ତିଆ ପୁଷ୍କରିଣୀ ନିକଟରେ ପଣ୍ଡିତ ସୁବାଷ ଚନ୍ଦ୍ର ତ୍ରିପାଠି ପୂଜାର୍ଚ୍ଚନା କରିବା ପରେ କର୍ତ୍ତା ରଞ୍ଜନ କୁମାର ସ୍ୱାଇଁ କଳସ ବୁଡାଇ ଜଗତଜନନୀ ମା" ବାସନ୍ତୀ ଦୃଗାଙ୍କ ନବ ପତ୍ରିକା ବିମାନରେ ଘଣ୍ଟ ,ଘଣ୍ଟି ,ବାଜା ,ବାଣ, ହରିବୋଲ , ହୂଳହୂଳି ସହିତ ରୋଷଣୀରେ ଦାର୍ଦ୍ଦିଆ ବାସନ୍ତୀ ଦୃର୍ଗା ମଣ୍ଡପ ନିକଟକୁ ଆସି ବାସନ୍ତୀ ଦୄଗାପୂଜା ମଣ୍ଡପ ପୀଠରେ ପହଞ୍ଚିବା ପରେ ମା"ଙ୍କ ନିତିନିୟମ ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଜ୍ଞ ହୋଇଥିଲା । ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା । ଏଠାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦାର୍ଦ୍ଦିଆ ମା" ବାସନ୍ତୀ ଦୃର୍ଗାପୂଜା କମିଟିର ସଭାପତି ସନ୍ତୋଷ ଚ୍ୟୈlଧୁରୀ, ସଂପାଦକ ଚିତ୍ତରଞ୍ଜନ ଚ୍ୟୈlଧୁରୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ଦାସ, ଶଶିକାନ୍ତ ବିଶ୍ଵାଳ, ଚନ୍ଦ୍ରକାନ୍ତ ବିଶ୍ୱାଳ,ଚିରଞ୍ଜିବୀ ଦଳାଇ,ମାନସ ବିଶ୍ଵାଳ, ସତ୍ୟବାଦୀ ପ୍ରଧାନ,ନବଘନ ମହାନ୍ତିଙ୍କ ସମେତ ଦାର୍ଦ୍ଦିଆ ବାସନ୍ତୀ ଦୃର୍ଗାପୂଜା କମିଟିର ସମସ୍ତ ମେମ୍ବର ମାନେ ଶାନ୍ତି ଶୄଙ୍ଖଳାର ସହିତ ତିନିଦିନ ଧରି ପୂଜା ଉତ୍ସବ ପରିଚାଳନା କରୁଛନ୍ତି। ବାସନ୍ତୀ ଦୃର୍ଗାପୂଜା ଉପଲକ୍ଷେ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ତା ,,୩୦/୩/୨୬ ସୋମବାର ଠାରୁ ଆରମ୍ଭ ହୋଇ ତା ୩/୪/୨୬ ଶୁକ୍ରବାର ଦିନ ଉଦଯାପିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି।
14