ରାୟଗଡ଼ା, 26/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*

ଆଜି ରିପ ଜଗନ୍ନାଥ ଏକ୍ସପ୍ରେସ ଅମରେନ୍ଦ୍ର ନାଥ ତା - ୨୫.୦୩.୨୦୨୬ ରିଖରେ ଜିଲ୍ଲାପାଳ ରାୟଗଡ଼ଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାୟଗଡ଼ା ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଗୁଡ଼ାରୀ ପରିସରରେ ଅନୁଷ୍ଠିତ ହୋଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଡ଼ାରୀ , ସୁଶ୍ରୀ ସୁଚିଶ୍ମିତା ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର , ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବ୍ଲକ ଖାଉଟି ବିଭାଗ ଅଧିକାରୀ ଶ୍ରୀ ସୁପ୍ରୀୟ ସମ୍ବିତ, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସଦାନନ୍ଦ ସାହୁ, ପି. ଏ ଶ୍ରୀ ମନୋଜ କୁମାର ମିଶାଲ ତଥା ସମସ୍ତ କର୍ମଚାରୀ ବୃନ୍ଦ ଓ ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଶିଶିର ରାଉଳ ଓ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ୨୬୬ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ , ୧ ଜଣଙ୍କୁ ଚକ ଲଗା ଚୌକି ପ୍ରଦାନ କରାଗଲା। ଏତଦବ୍ୟତୀତ, ୫ ଜଣଙ୍କ ଡ଼ି.ଆର.ଆଇ. ଋଣ ଫର୍ମ, ୧୩ ଟି ବର୍ଦ୍ଧିତ ଭତ୍ତା, ୧୯ ଜଣଙ୍କ ମଧୁବାବୁ ଭତ୍ତା ଫର୍ମ ଓ ୮ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୭୦ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ ।