ତିର୍ତୋଲ, 26/03/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
ତିର୍ତ୍ତୋଲ କୋର୍ଟର ବିଚାରପତି ପାରସ ପାଢ଼ୀଙ୍କର ସମ୍ବଲପୁର ବଦଳି ହୋଇଛି।ଗତ ତା.୧୨.୧୧.୨୪ରିଖ ଠାରୁ ସେ ଏହି କୋର୍ଟରେ କାର୍ଯ୍ୟ ନିଷ୍ଠାପର ଭାବେ ନିର୍ବାହ କରିଆସୁଥିଲେ।ଏକାଧିକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ତାଲୁକ ଆଇନିସେବା କମିଟି ଜରିଆରେ କରି ବେଶ ଜନାଦୃତି ଓ ପ୍ରଶଂସା ସେ ପାଇଥିଲେ।ତାଙ୍କ ଅନ୍ୟାତ୍ର ବଦଳି କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।ବେଶ ଭାବଗମ୍ଭୀର ବରିବେଶ ମଧ୍ୟରେ ତିର୍ତ୍ତୋଲ ବାର ଆସୋସିଏସନ ପକ୍ଷରୁ ମା ଶାରଳାଙ୍କ ଉତ୍ତରୀୟ ଭୋଗ ପାଦୁକ ଧଣ୍ଡା ପ୍ରଦାନ କରାଯାଇ ତାଙ୍କନିରାମୟ ଜୀବନ ପାଇଁ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।