ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ୍ୟପ୍ରାଣୀ ଅସୁରକ୍ଷିତ,କାର୍ଯ୍ୟାନୁଷ୍ଠାନ ଦାବୀ

ଏରସମା / ଢ଼ିଙ୍କିଆ, 26/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଢ଼ିଙ୍କିଆ ଅଞ୍ଚଳରେ ଗଢି ଉଠିବାକୁ ଯାଉଥିବା ଜେ ଏସ୍ ଡବ୍ଲ୍ୟୁର କମ୍ପାନୀ ବାଉଣ୍ଡାରୀ ଭିତରେ ଗତ ୧୪ ତାରିଖ ଦିନ ଏକ ଗୋଡବନ୍ଧା ହରିଣ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ହରିଣଟି ମ୍ରୁତ୍ୟୁ ବରଣ କରିଥିଲା।ଯାହାକୁ ନେଇ ଅଭୟଚାନ୍ଦପୁର ଥାନାରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଗତ ୧୭ ତାରିଖ ଦିନ ଅଭିଯୋଗ କରାଯାଇଛି।ସେ' ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ,ଗୁରୁବାର ବାଲିତୁଠ କଦମ୍ବମଠ କମ୍ୟୁନିଟ୍ ସେଣ୍ଟର ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଏରସମା ବ୍ଲକ୍ ୪ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପିନାକୀ ନାରାୟଣ ଦାସ ଦାବି କରିଛନ୍ତି।ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଢ଼ିଙ୍କିଆ ଫୁଲଖାଇ ମନ୍ଦିରରୁ ଅଞ୍ଚଳର ଶହ ଶହ ସାଧାରଣ ଜନତା ପଦଯାତ୍ରାରେ ବାହାରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।ଏଥିସହିତ ଏରସମା ବ୍ଲକ୍ ୪ ନଂ ଜୋନ୍ ଅଞ୍ଚଳର ବାଲିତୁଠ ଏକ ପ୍ରମୁଖ ବ୍ୟବସାୟୀକ କେନ୍ଦ୍ରସ୍ଥଳ।ଏଠାରୁ କୁଜଙ୍ଗ ଥାନାର ଦୂରତା ୧୧ କିମି।ଏପରି ସ୍ଥଳେ ବାଲିତୁଠ ଅଞ୍ଚଳରେ ବିଭିନ୍ନ ସମୟରେ ଆଇନ ଶ୍ରୃଂଖଳା ବ୍ୟାହତ ହେଉଥିବାରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଏଠାରେ ଏକ ପୁଲିସ ଫାଣ୍ଡିର ଆବଶ୍ୟକତା ଜରୁରୀ ସୋଇପଡ଼ିଛି।ଯାହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଛି।ମାତ୍ର ଗତ କିଛିଦିନ ତଳେ ଜେ ଏସ୍ ଡବ୍ଲ୍ୟୁ କମ୍ପାନୀ ଫାଟକ ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଛି।ଯାହା ଜନସାଧାରଣଙ୍କ ସୁରକ୍ଷା ପାଇଁ ନୁହେଁ ବରଂ ତାହା କମ୍ପାନୀର ସୁରକ୍ଷା ପାଇଁ ବୋଲି ଅଭିଯୋଗ କରିଛନ୍ତି।ତେବେ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଉକ୍ତ ଫାଣ୍ଡିକୁ ବାଲିତୁଠକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି।ଏଥିପାଇଁ ସେ' ଡି ଜି ପିଙ୍କୁ ଚିଠି ଲେଖି ପଦକ୍ଷେପ ଗ୍ରହଣ ପାଇଁ ଜଣାଇଛନ୍ତି ବୋଲି କହିଛନ୍ତି।ଆଜିର ସାମ୍ବାଦିକ ସମ୍ମିଳନୀରେ ମାନଗୋବିନ୍ଦ ଦାସ,ପ୍ରଭାସ ରଞ୍ଜନ ଆଚାର୍ଯ୍ୟ,ବାସୁଦେବ ମହାପାତ୍ର,ନିବାରଣ ପରିଡା ଓ ସତ୍ୟରଞ୍ଜନ ମହାପାତ୍ର ପ୍ରମୁଖ କଂଗ୍ରେସ ଦଳର ନେତ୍ରୃମଣ୍ଡଳୀ ମାନେ ଯୋଗଦେଇ ଥିଲେ।
3